ପୁରୀ ହିଂସାକାଣ୍ଡର ରିପୋର୍ଟ ମାଗିଲେ ଆମିକସକ୍ୟୁରୀ

0
135

ପୁରୀ: ଶ୍ରୀମନ୍ଦିର ସଂସ୍କାର ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ ଆାମିକସ୍ କ୍ୟୁରୀ ଗତକାଲି ପୁରୀରେ ଘଟିଥିବା ଅଭାବନୀୟ ଘଟଣା ସମ୍ପର୍କରେରିପୋର୍ଟ ମାଗିଛନ୍ତି । ୨ ଦିନ ଭିତରେ ରିପୋର୍ଟ ଦିଆଯିବ ବୋଲି  ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ପ୍ରଦୀପ ମହାପାତ୍ର କହିଛନ୍ତି। ମିଡିଆ ଫୁଟେଜ ଓ ସିସିଟିଭି ଫୁଟେଜ୍  ଆଣି ଆମିକସକ୍ୟୁରୀଙ୍କୁ ଦିଆଯିବ । ଏହି ହିଂସାକାଣ୍ଡ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ମନ୍ଦିର ସୂଚନା କେନ୍ଦ୍ର ପକ୍ଷରୁ ଦୁଇଟି ମାମଲା ରୁଜୁ ହୋଇଛି । ଏନେଇ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଶ୍ରୀ ମହାପାତ୍ର କହିଛନ୍ତି।

 

LEAVE A REPLY

Please enter your comment!
Please enter your name here