ଖୁବଶ୍ରିଘ୍ର ରାଜ୍ୟର ପୋଲିସ ବିଭାଗରେ ୯୨ଟି ପୋଲିସ ସବ୍‌ ଇନ୍ସପେକ୍ଟର ଓ ୨୩୧ଟି ପୋଲିସ ମୋଟର ପରିବହନ ଡ୍ରାଇଭର ପଦବୀ ପୂରଣ କରାଯିବ:ମୁଖ୍ୟମନ୍ତ୍ରୀ

0
127

ଭୁବନେଶ୍ୱର:ରାଜ୍ୟର ପୋଲିସ ବିଭାଗରେ ଖାଲି ଥିବା ୯୨ଟି ପୋଲିସ ସବ୍‌ଇନ୍ସପେକ୍ଟର ପଦବୀକୁ ପୂରଣ କରିବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଷ୍ଟାଫ ସିଲେକସନ୍। କମିଶନ ଦ୍ବାରା ଏହି ପଦବୀ ଗୁଡିକୁ ପୂରଣ କରିବାପାଇ ପ୍ରକ୍ରିୟା ତୁରନ୍ତ ଆରମ୍ଭ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ପୋଲିସ ବିଭାଗରେ ଖାଲିଥିବା ୧୮୪ ଟି ପଦବୀ ମଧ୍ୟରୁ ୯୨ଟି ପଦବୀ ପଦୋନ୍ନତି ଭିତ୍ତିରେ ପୂରଣ ହେବାକୁ ଥିବାବେଳେ ବାକି ୯୨ଟି ପଦବୀ ସାଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ପୂରଣ କରାଯିବ।

ସେହିପରି ପୋଲିସ ମୋଟର ପରିବହନ ବିଭାଗରେ ୨୩୧ଟି ଡ୍ରାଇଭର ପଦବୀ ପୂରଣ ପାଇଁ ମଧ୍ୟ ନିଷ୍ପତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here