୩୩% ମହିଳା ସଂସଦକୁ ଯିବେ: ମୁଖ୍ୟମନ୍ତ୍ରୀ

0
64

କେନ୍ଦ୍ରପଡା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ କେନ୍ଦ୍ରାପଡା ଗସ୍ତରେ ଯାଇ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସେଠାରେ ମହିଳାମାନଙ୍କୁ ସମ୍ବୋଧିତ କରିବା ସହିତ ସେମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । କେନ୍ଦ୍ରାପଡାରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ୧ କୋଟି ଟଙ୍କା ମଞ୍ଜୁର କରିବା ସହିତ ଓଡିଶାରୁ ୩୩% ମହିଳା ସଂସଦକୁ ଯିବେ ବୋଲି ନବୀନ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ନିଜର ଉଦବୋଧନରେ କହିଛନ୍ତି କି , ବିଜୁବାବୁ ମହିଳାମାନଙ୍କୁ ୩୩% ସଂରକ୍ଷଣ ଦେଇଥିଲେ । ବିଧାନସଭାରେ ମହିଳାଙ୍କୁ ୩୩% ସଂରକ୍ଷଣ ଦେବାକୁ ସଂକଳ୍ପ ପାରିତ ହୋଇଛି । ଏନେଇ ସଂସଦକୁ ଓଡିଶାରୁ ୩୩% ମହିଳା ଯିବେ ବୋଲି ନବୀନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here