ଶୃଙ୍ଖଳା ଭଂଗ କଣ:ଶ୍ରୀକାନ୍ତ

0
122

ଭୁବନେଶ୍ୱର : ଦଳୀୟ ଶୃଙ୍ଖଳା ଭଂଗ କଣ ମୁଁ ଜାଣିନାହିଁ । ମୋତେ ପିସିସି ବା ଏଆଇସିସି ପଚାରିଲେ ତାର ଠିକଣା ଜବାବ ଦେବି ବୋଲି କଂଗ୍ରେସ ଦଳର ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ପ୍ରକାଶ କରିଛନ୍ତି । ପିସିସିର ଶୃଙ୍ଖଳା କମିଟି ତାଙ୍କର ଆଚରଣ ନେଇ ଆଲୋଚନା କରିବା ଲାଗି କରିଥିବା ବୈଠକ ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ ଯେ, ମୋ ଜୀବନରେ ଖଣି ଚୋରୀ କରି ନାହିଁ କି ଲାଂଚ ଦେଇ କୋର୍ଟରେ ଭର୍ତ୍ସିିତ ହୋଇନାହିଁ । ମୋର ମନ୍ତବ୍ୟ ଦଳର ଶୃଙ୍ଖଳା ଭଂଗ କରିଛି ବୋଲି ଯାହା କୁହାଯାଉଛି ତାହା ନୁହେଁ, ମୋ ନିଜ ପାଇଁ ମୁଁ କହିନାହିଁ । ଯାହା କହିଛି ମୁଁ ଠିକ୍ କହିଛି ବୋଲି ସେ କହିଥିଲେ । ଇସ୍ତାହାର କମିଟିର ଅଧ୍ୟକ୍ଷ ଦାୟିତ୍ୱରେ ଥିଲା ବେଳେ ମୁଁ କେତେଗୁଡ଼ିଏ ପ୍ରସ୍ତାବ ରଖିଥିଲି । ତାକୁ ଯଦି ବିଶୃଙ୍ଖଳା କୁହାଯିବ ମୋର କିଛି କହିବାର ନାହିଁ ।

LEAVE A REPLY

Please enter your comment!
Please enter your name here