ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ କୁମାରସ୍ବାମୀ

ବେଙ୍ଗାଲୁର୍‌: କର୍ନାଟକର ହାଇଭୋଲଟେଜ୍‌ ଡ୍ରାମା ନେଇ ଏବେ ଦେଶବ୍ୟାପି ଜାରି ରହିଛି ଚର୍ଚ୍ଚା। ସାତମାସ ଶାସନ ଡୋର ଧରିବା ପରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଏବଂ ପୂର୍ବ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ମୁହାଁମୁହିଁ ହୋଇଛନ୍ତି। ଜେଡିଏସ୍‌-କଂଗ୍ରେସ ମେଣ୍ଟରେ ଚାଲିଥିବା କନ୍ଦଳ ବାହାରକୁ ଆସିବା ପରେ ଭାଜପା ସମ୍ଭାବ୍ୟ ଘୋଡ଼ାବେପାର ଆଶଙ୍କା କରି ଏହାର ୧୦୪ ବିଧାୟକଙ୍କୁ ଏକ ସୁରକ୍ଷିତ ହୋଟେଲକୁ ସ୍ଥାନାନ୍ତରଣ କରିଛି। ସେହିପରି  କଂଗ୍ରେସର ୫ ବିଧାୟକ ନିଖୋଜ ଥିବା କୁହାଯାଉଛି। କଂଗ୍ରେସର ୧୦ ଏବଂ ଜେଡିଏସ୍‌ର ୩ ବିଧାୟକ ଭାଜପା ସହିତ ଯୋଗାଯୋଗରେ ରହିଛନ୍ତି। ବିଦ୍ରୋହୀ ବିଧାୟକ ତ୍ୟାଗପତ୍ର ଦେବାପରେ ଆସନ୍ତା ସପ୍ତାହରେ କୁମାରସ୍ବାମୀ ସରକାରଙ୍କୁ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ରାଜନୈତିକ ସମୀକ୍ଷକ ଅନୁମାନ କରୁଛନ୍ତି।

Purchase Alprazolam Cheap