ରାବଣପୋଡି ଦେଖୁଥିଲା ବେଳେ ଲୋକଙ୍କ ଉପରେ ଚଢିଗଲା ଟ୍ରେନ ୫୦ରୁ ଅଧିକ ଲୋକ ମୃତାହତ ଆଶଙ୍କା:ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0
3503

ଅମୃତସର:ରାବଣପୋଡି ଦେଖୁଥିଲା ବେଳେ ଲୋକଙ୍କ ଉପରେ ଚଢିଗଲା ଟ୍ରେନ ୫୦ରୁ ଅଧିକ ଲୋକ ମୃତାହତ ଆଶଙ୍କା ପଢ଼ନ୍ତୁ ପୂରା ଘଟଣା
ବିଜୟାଦଶମୀ ଉତ୍ସବ ପାଳନ କରୁଥିବା ବେଳେ ପଞ୍ଜାବର ଅମୃତସରରୁ ଆସିଛି ହୃଦୟ ବିଦାରକ ଦୁଃଖଦ ଘଟଣା ଟ୍ରେନ୍ ଧକ୍କାରେ ଅନେକ ଲୋକଙ୍କ ମୃତ୍ୟୁ ଘୋଷଣା. ପଞ୍ଜାବର ଅମୃତସର ନିକଟରେ ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା ସାମ୍ନାକୁ ଆସିଛି. ପଠାନକୋଟରୁ । ଅମୃତସର ଅଭିମୁଖେ ଯାତ୍ରା କରୁଥିବା ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି.ଏହି ଦୁର୍ଘଟଣା ଅନେକ ଲୋକଙ୍କ ଜୀବନ ଯାଇଥିବା ସନ୍ଦେହ କରାଯାଉଛି ।

ରାବଣ ପୁତ୍ତଳିକାରେ ନିଆଁ ଲାଗିବା ପରେ ଏହା ଚାରିଆଡ଼େ ଛିଟିକି ଥିଲା।  ନିଆଁରୁ ବର୍ତ୍ତିବା ପାଇଁ ଲୋକେ ଏଣେତେଣେ ଦୌଡ଼ିଥିଲେ। ପାଖାପାଖି ୩ଶହ ଲୋକ ଟ୍ରେନ୍‌ ଲାଇନ୍‌ ଉପରକୁ ଚାଲିଆସିଥିବା ସୂଚନା ମିଳିଛି। ଏତିକି ବେଳେ ଟ୍ରେନ୍‌ ଲାଇନରେ ଏକା ସାଙ୍ଗରେ ଦୁଇଟି ଟ୍ରେନ୍‌ ବିପରୀତ ଦିଗରେ ଆସିଥିଲା। ଗୋଟିଏ ହାଓ୍ୱଡ଼ା ମେଲ୍‌ ଓ ଅନ୍ୟଟି  ଅମ୍ରିତସର-ଜଳନ୍ଧର ଡିଏମୟୁ।  ଟ୍ରାକ୍‌ରେ ଥିବା ଲୋକଙ୍କ ଉପରେ ଆଖି ପିଛୁଳାକେ ମାଡ଼ିଯାଇଥିଲା ଟ୍ରେନ୍‌। ଘଟଣା ସ୍ଥଳରେ ହିଁ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ପଞ୍ଜାବ ପୋଲିସ୍‌ର ଅଧିକାରୀ। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ବଢିପାରେ  ବୋଲି ପଞ୍ଜାବର ମନ୍ତ୍ରୀ ଓପି ସୋନି କହିଛନ୍ତି। ତେବେ ପ୍ରକୃତରେ ମୃତ୍ୟୁ ସଂଖ୍ୟା କେତେ ତାହା ମୃତଦେହ ଉଦ୍ଧାର ପରେ ହିଁ ଜଣାପଡ଼ିବ ବୋଲି ସେ କହିଛନ୍ତି। ମୃତକଙ୍କ ପରିବାରକୁ ୫ଲକ୍ଷର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ। ପୁଲିସ୍‌ ପକ୍ଷରୁ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ କଂଗ୍ରେସ ପକ୍ଷରୁ ବିନା ଅନୁମତିରେ ସେଠାରେ ରାବମ ପୋଡ଼ି ଆୟୋଜନ କରାଯାଇଥିବା ଅଭିଯୋଗ ଆସିଛି। କେନ୍ଦ୍ର ଗୃହମନ୍ତ୍ରୀ ପଞ୍ଜାବକୁ ସମସ୍ତ ସହାୟତା ଯୋଗାଇବାକୁ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here