ମୋ ଶାସନରେ ଜୈଶ୍‌ ଭାରତରେ କରିଥିଲା ଆକ୍ରମଣ:ମୁଶରଫ

0
68

ଇସଲାମାବାଦ: ପାକିସ୍ତାନର  ପରଭେଜ ମୁଶରଫ ସ୍ବୀକାର କରିଛନ୍ତି ଯେ ତାଙ୍କ ଶାସନ କାଳରେ ମାସୁଦ ଆଝାରର ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦ ଗୁଇନ୍ଦା ଏଜେନ୍ସି ଗୁଡ଼ିକର ନିର୍ଦେଶକ୍ରମେ ଭାରତରେ ଆତଙ୍କବାଦୀ ଆକ୍ରମଣ କାଣ୍ଡ ଭିଆଇଥିଲା। ବର୍ତ୍ତମାନ ଦୁବାଇରେ ନିର୍ବାସନ ଜୀବନ ବିତାଉଥିବା ୭୫ ବର୍ଷୀୟ ମୁଶରଫ କହିଛନ୍ତି ଯେ ଆତଙ୍କୀ ସଂଗଠନ ଜୈଶ୍‌-ଏ-ମହମ୍ମଦ ବିରୋଧରେ ପାକିସ୍ତାନ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଏକ ଉତ୍ତମ ପଦକ୍ଷେପ। ଏହି ସଂଗଠନ ଦୁଇ ଦୁଇଥର ମଧ୍ୟ ମୁଶରଫଙ୍କ ହତ୍ୟା ଲାଗି ଯୋଜନା କରିଥିଲା।

 

LEAVE A REPLY

Please enter your comment!
Please enter your name here