ମିଥ୍ୟା ସତ୍ୟପାଠ ଦର୍ଶାଇ ପଦ ହରାଇଲେ ବ୍ରହ୍ମପୁର ମେୟର କେ ମାଧବୀ

0
161

ବ୍ରହ୍ମପୁର: ପ୍ରଥମ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ସ୍ୱାମୀ ଗ୍ରହଣ କରିବ। ଓ ଏହ।କୁ ନିର୍ବାଚନ ସତ୍ୟପ।ଠରେ ନ ଦର୍ଶ।ଇବ। ଫଳରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା ଓ ସେସନ୍ କୋର୍ଟ ବ୍ରହ୍ମପୁର ମେୟର କେ ମାଧବୀଙ୍କ ନିର୍ବାଚନକୁ ବାତିଲ କରିବା ସହ ୨୦୦୦ ଜରିମାନା ଆଦେଶ ଦେଇଛନ୍ତି ।

ବ୍ରହ୍ମପୁରର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଆଗତ ମାମଲାର ବିଚାର କରି କୋର୍ଟ ଏହି ରାୟ ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ ଶିବଶଙ୍କର ତାଙ୍କ ଆବେଦନରେ ଦର୍ଶାଇଥିଲେ ଯେ ମାଧବୀ ପ୍ରଥମ ସ୍ୱାମୀଙ୍କଠାରୁ ଛାଡ଼ପତ୍ର ନ ନେଇ ଦ୍ୱିତୀୟ ସ୍ୱାମୀ ଗ୍ରହଣ କରିଛନ୍ତି ।

ମାମଲାର ତୁରନ୍ତ ଶୁଣାଣି ପାଇଁ ଶିବଶଙ୍କର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୪୫ ଦିନ ଭିତରେ ମାମଲାର ଶୁଣାଣି କରିବାକୁ ହାଇକୋର୍ଟ ତଳକୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ ।

୧୬ ନମ୍ବର ୱାଡ଼ର୍ରୁ ନିର୍ବାଚିତ ହୋଇ ମାଧବୀ ୨୦୧୬ ଜୁନରୁ ବ୍ରହ୍ମପୁର ମେୟର ଦାୟିତ୍ୱରେ ଥିଲେ ।

LEAVE A REPLY

Please enter your comment!
Please enter your name here