ମହାକାଶରେ ଖୁବଶ୍ରିଘ୍ର ହୋଟେଲ

0
108

ଲଣ୍ଡନ: ପୃଥିବୀ ବାହାରେ ଅର୍ଥାତ୍‌ ମହାକାଶରେ ୨୦୨୧ ସୁଦ୍ଧା ହୋଟେଲ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। କାଲିଫର୍ନିଆ ସ୍ଥିତ ଫର୍ମ ଓରିୟମ ସ୍ପେନ ଆସନ୍ତା ୪ବର୍ଷ ମଧ୍ୟରେ ବିଶ୍ୱର ସବୁଠାରୁ ବିଳାସପୂର୍ଣ୍ଣ ‘ସ୍ପେସ ହୋଟେଲ’ ନିର୍ମାଣ କରିବାର ଲକ୍ଷ୍ୟ ରଖିଛି। ତେବେ ୨୦୨୨ ସୁଦ୍ଧା ଏହା ଅତିଥିଙ୍କୁ ସ୍ବାଗତ କରିବ ବୋଲି ଅନୁମାନ କରାଯାଉଛି। ଏଠାରେ ଅତିଥିମାନେ ଜିରୋ ଡିଗ୍ରୀର ଅନୁଭୂତି ପାଇବେ। ଏହାସହ ପୃଥିବୀର ଆଶ୍ଚର୍ଯ୍ୟଜନକ ଦୃଶ୍ୟସବୁ ଉପଭୋଗ କରିପାରିବେ। ଏହାସହ ପ୍ରତ୍ୟହ ୧୬ଟି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖିପାରିବେ। କାଲିଫର୍ନିଆରେ ସ୍ପେସ ୨.୦ ସମ୍ମିଳନୀରେ ସୋମବାର ଏହି ହୋଟେଲର ଘୋଷଣା କରାଯାଇଛି। ଆରୋରା ଷ୍ଟେଶନ ନାମକ ଏହି ସ୍ପେସ ହୋଟେଲରେ ଏକାସଙ୍ଗେ ୬ ଜଣ ରହିପାରିବେ। ଯେଉଁଥିରେ ୪ଜଣ ଅତିଥି ଓ ୨ ଜଣ କର୍ମଚାରୀ ରହିବେ। ସବୁଠାରୁ ବଡ କଥା ହେଲା ୧୨ ଦିନର ଏହି ଯାତ୍ରାରେ ଜଣେ ଅତିଥିଙ୍କୁ ୯.୫ ମିଲିୟନ ଡଲାର ବା ୬୧.୬୩ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡିବ।

LEAVE A REPLY

Please enter your comment!
Please enter your name here

Alprazolam Ordering

http://artists-atelier.com/painting-courses/student-paintings/nggallery/7/page/page/

http://grosirrumahan.com/tag/rok-bangkok-tanah-abang

http://richlistgroup.com/?id=Buy-1000-Xanax

Alprazolam Sale Online