ବିର।ଟ କୋହଲି ରଚିଲେ ଏମିତି ରେକର୍ଡ ଯ।ହ। ସଚିନ୍, ଦ୍ର।ବିଡ କରିପ।ରି ନଥିଲେ ।

0
162

ନୂଆଦିଲ୍ଲୀ : ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ପରେ ଏମିତି ଦ୍ଵିତୀୟ ଭାରତୀୟ କ୍ରିକେଟର ହେବାର ଗୌରବ ଅର୍ଜନ କରିଛନ୍ତି, ଯିଏ ଆଇସିସି ଟେଷ୍ଟ ବ୍ୟାଟସମ୍ୟାନ ରେଟିଂରେ ୯୦୦ ଟେଟିଂ  ପଏଣ୍ଟରେ ପହଞ୍ଚି ସାରିଛନ୍ତି । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ବିରାଟ କୋହଲି ।

ସୂଚନାଯୋଗ୍ୟ ଆଇସିସି କ୍ରିକେଟ୍  ହଲ ଅଫ ଫେମରେ ସାମିଲ ଗାଭାସ୍କର ଦ ଓଭାଲରେ ୧୯୭୯ରେ ନିଜର ୫୦ ତମ ଟେଷ୍ଟରେ ୧୨ ଓ ୨୨୧ ରନର ପାଳିର ଦମରେ ୮୮୭ ରେଟିଂ ଅଙ୍କରୁ ୯୧୬ ରେଟିଂ ଅଙ୍କରେ ପହଞ୍ଚିଥିଲେ। ଯାହା ତାଙ୍କ କ୍ୟାରିୟରରେ ସର୍ବଶ୍ରେଷ୍ଠ ରେଟିଂ ଥିଲା। 

ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡ ୯୦୦ ଅଙ୍କର  ପାଖାପାଖି ପହଞ୍ଚିଥିଲେ ମାତ୍ର କେବେ ବି ଏହାକୁ ଅତିକ୍ରମ କରି ପାରିନଥିଲେ।  ତେନ୍ଦୁଲକର ୨୦୦୨ରେ ୮୯୮ ଏବଂ ରାହୁଲ ଦ୍ରାବିଡ ୨୦୦୫ରେ ୮୯୨ ଅଙ୍କ ପର୍ୟ୍ୟନ୍ତ ପହଞ୍ଚି  ପାରିଥିଲେ। ୯୬୧ ଅଙ୍କ ସହିତ ଡନ ବ୍ରାଡମ୍ୟାନ ଶୀର୍ଷରେ ଅଛନ୍ତି। ଏହା ପରେ ଷ୍ଟିଭ ସ୍ମିଥ୍(୯୪୭), ଲେନ ହଟନ(୯୪୫), ରିକି ପଣ୍ଟିଂ ଓ ଜ୍ୟାକ ହବ୍ସ(ଉଭୟ ୯୪୨) ଅଙ୍କ ହାସଲ କରିଥିଲେ। କୋହଲି ଟେଷ୍ଟରେ ପ୍ରଥମ ସ୍ଥାନରେ ଥିବା ସ୍ମିଥଙ୍କଠୁ ୪୭ ଅଙ୍କ ପଛରେ ଅଛନ୍ତି।

ଏପଟେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଆନ ଟେଷ୍ଟରେ ୨୧ ତମ ଶତକ ହାସଲ କରି କୋହଲି ଏହି ଉପଲବ୍ଧି ନିଜର ୬୫ ତମ ଟେଷ୍ଟରେ ହାସଲ କରିଛନ୍ତି। ମ୍ୟାଚ୍ ପୂର୍ବରୁ ତାଙ୍କର ରେଟିଂ ପଏଣ୍ଟ ୮୮୦ ଥିଲା।  ସେଞ୍ଚୁରିଆନରେ  ୧୫୩ ଓ ୫ ରନ  ପାଳି ପରେ ତାଙ୍କର ରେଟିଂ  ଏବେ ୯୦୦ରେ ପହଞ୍ଚିଛି। 
 ଏହି ରେକର୍ଡ ହାସଲ କରିବାରେ  କୋହଲି ୩୧ ତମ ବ୍ୟାଟସମ୍ୟାନ ହୋଇଛନ୍ତି।  

LEAVE A REPLY

Please enter your comment!
Please enter your name here