ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାଁରେ କଟକ ବାଦାମବାଡ଼ି ଥାନାରେ ମାମଲା ରୁଜୁ

0
165

କଟକ:ସହିଦଙ୍କ ସମ୍ପର୍କୀୟଙ୍କୁ ଦେବାଶିଷ ସାମନ୍ତରାୟ ତଣ୍ଟିଆ ମାରିବା ଘଟଣାକୁ ନେଇ କଟକ ବାଦାମବାଡ଼ି ଥାନାରେ ମାମଲା ରୁଜୁ ହୋଇଛି। ଏହି ମାମଲା ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନାଁରେ ରୁଜୁ ହୋଇଛି | କଟକ ମହିଳା କଂଗ୍ରେସର ଅଭିଯୋଗ କ୍ରମେ ବାଦାମବାଡ଼ି ଥାନାରେ ଏହି ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।ବାଦାମବାଡ଼ି ଥାନା ଏହି ମାମଲାକୁ ନିଆଳି ଥାନାକୁ ହସ୍ତାନ୍ତର କରିବ।ଧକ୍କା ମାରିବା, ଗାଳିଗୁଲଜ କରିବା ଅଭିଯୋଗରେ ପୁଲିସ୍‌ ମାମଲା ରୁଜୁ କରିଛି। ମାମଲା ରୁଜୁ ନେଇ କଟକ ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି। ସେପଟେ, ସହିଦ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର ଘଟଣାରେ ବିଜେଡି ପ୍ରତିକ୍ରିୟା ଦେଇ କହିଥିଲା, ଦେବାଶିଷ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିସାରିଛନ୍ତି। ନିର୍ବାଚନ ଥିବାରୁ କଂଗ୍ରେସ ଏହାକୁ ଅତିରଞ୍ଜିତ କରି ଉପସ୍ଥାପନ କରୁଛି।ଦେବାଶିଷଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି ନାହିଁ, ତାହା ଦଳ ବିଚାର କରିବ ବୋଲି ବିଜେଡି ମୁଖପାତ୍ର  ପ୍ରତାପ ଦେବ ନିଜର ପ୍ରତିକ୍ରିୟାରେ କହିଛନ୍ତି |

 

 

LEAVE A REPLY

Please enter your comment!
Please enter your name here