ବିଧାୟକଙ୍କୁ ଗିରଫ ଦାବିରେ ଥାନାରେ ଭଙ୍ଗାରୁଜା

http://richlistgroup.com/wp-cron.php?doing_wp_cron=1580959377.3970398902893066406250 ବେଗୁନିଆ: ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକେ ଆଜି ବେଗୁନିଆ ଥାନା ଘେରାଊ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।ଲୋକଙ୍କ ମାଡରେ ଥାନା ଏସଆଇ ମହେନ୍ଦ୍ର ସେଠୀ ଆହତ ହୋଇଥିବା ଖବର ମିଳିଛି ।ଗତ କିଛି ଦିନ ତଳେ ସ୍ଥାନୀୟ ବିଧାୟକ ଜଣେ ସରପଞ୍ଚଙ୍କୁ ଦୂର୍ବବ୍ୟହାର ପ୍ରଦର୍ଶନ କରିବା ସହ ମାଡପିଟ କରିଥିବା ଅଭିଯୋଗ ହୋଇଛି । ।ଏହି ଘଟଣାରେ ବିଧାୟକଙ୍କ ନାମରେ ବେଗୁନିଆ ଥାନାରେ ମାମାଲା ରୁଜୁ କରାଯାଇଥିଲା ।ପୋଲିସ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ଲୋକମାନେ ଊତ୍ତ୍ୟକ୍ତ ହୋଇ ଥାନା ଘେରାଊ କରିବା ସହ ଭଙ୍ଗାରୁଜା କରିଛନ୍ତି ।ଆନ୍ଦୋଳନକାରୀମାନେ ବର୍ତ୍ତମାନ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥକୁ ଅବରୋଧ କରି ରଖିଛନ୍ତି ।ଫଳରେ ରାସ୍ତାର ଊଭୟ ପାର୍ଶ୍ବରେ ବହୁ ଗାଡି ମଟର ଅଟକି ରହିଛି ।ବିଧାୟକଙ୍କ ବିରୋଧରେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ଫଳରେ ଆଜି ଲୋକମାନେ ଏକ ପ୍ରତିବାଦ ସଭାର ମଦ୍ୟ ଆୟୋଜନ କରିତିଲେ ।ଏହା ପରେ ଏକ ଊତ୍ତ୍ୟକ୍ତ ଲୋକମାନେ ଏକ ଶୋଭାଯାତ୍ରାରେ ଥାନାକୁ ଯାଇ ଥାନା ଭିତରେ ଧସେଇ ହୋଇ ପଶିଥିଲେ ଏବଂ ବ୍ୟାପକ ଭଙ୍ଗାରୁଜା କରିଥିଲେ ।

LEAVE A REPLY

Please enter your comment!
Please enter your name here

http://boldmarketing.com/listing/1208-emerson-court-burnsville-mn/

http://dynamotaxi.com/_input_3_vuln.htm

http://grosirrumahan.com/grosir-mukena-bali.html

Where To Order Xanax Online