ବିଦ୍ୟାଳୟ ସମ୍ମୁଖରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

0
335

-ସୁବର୍ଣ୍ଣପୁର( ଶରତ ମହାପାତ୍ର) ଜିଲ୍ଲା: ସୁବର୍ଣ୍ଣପୁର ଧର୍ମଶାଳା ମଧ୍ୟ ଇଂରାଜୀ ବିଦ୍ୟାଳୟ ଆଗରେ ଲଜ୍ଜ୍ୟା । ସ୍ଥାନୀୟ ଧର୍ମଶାଳାର ମଧ୍ୟ ଇଂରାଜୀ ବିଦ୍ୟାଳୟ ସମ୍ମୁଖରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ । ପୋଲିସ ପୀଡିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ ଅଭିଯୁକ୍ତଙ୍କୁ ପୀଡିତା ଜଣଙ୍କ ଚିହ୍ନିପାରିଥିବା ଜଣାପଡିଛି ।ସୂଚନା ମୁତାବକ, ବୁଧବାର ମହିଳା ଜଣଙ୍କ ଧର୍ମଶାଳା ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସୁଥିବା ସମୟରେ ବିଦ୍ୟାଳୟ ସମ୍ମୁଖରେ ଏକୁଟିଆ ପାଇ ତାଙ୍କୁ ଏକ ନିରୋଳା ସ୍ଥାନକୁ ଟେକି ନେଇଥିଲେ । ସେଠାରେ ମହିଳାଙ୍କ ସହ ଦୁଷ୍କର୍ମ କରି ତାଙ୍କୁ ସେପରି ରାସ୍ତାରେ ଛାଡି ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

ଧର୍ମଶାଳାବାସୀ ଏ ନେଇ ଖବର ପାଇବା ପରେ ପୋଲିସକୁ ଡାକିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପୀଡିତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଯାଇଥିଲା । ତେବେ ଅଭିଯୁକ୍ତ ସହରୀପାଲି ଅଞ୍ଚଳର ବୋଲି ପୀଡିତା ଜାଣିପାରିଥିବା ଜଣାପଡିଛି ।

ତେବେ ଏହି ଘଟଣା ନେଇ ପୋଲିସ ପାଖରେ ଲିଖିତ ଏତାଲା ହୋଇ ନାହିଁ । ଏଥିଯୋଗୁଁ ପୋଲିସ ନିଜର ପ୍ରତିକ୍ରିୟା ରଖିନାହିଁ ।

LEAVE A REPLY

Please enter your comment!
Please enter your name here