ବିଜାତଳା ବ୍ଲକର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଉପ ନିର୍ବାଚନ ନିର୍ବାଚନ ଆଜି

0
104

ଭୁବନେଶ୍ୱର: ଆଜି ସକାଳ ୭ଟ।ରୁ ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକର ୩୨ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ଉପ ନିର୍ବାଚନ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଆରମ୍ଭ ହୋଇଛି।ବିଜାତଳା, ମୁଣ୍ଡାଠାକୁରା, ବଣକାଟି, ରାଇହରି ଏବଂ ଲୁହାଶିଳା ପଞ୍ଚାୟତରୁ ଲଢ଼ୁଥିବା  ୨୩ ହଜାର ୧୧୯ ଜଣ ଭୋଟର୍  ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ  କରିବେ । ୮୨ଟି ବୁଥ୍‌ରେ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗ୍ରହଣ ଚାଲିଛି। ୨୦୧୭ରେ ହୋଇଥିବା ନିର୍ବାଚନରେ ୩୨ ନମ୍ବର ଜୋନ୍‌କୁ ବିଜେପି ଦଖଲ କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ଜେଏମ୍‌ଏମ୍, ତୃତୀୟ ସ୍ଥାନରେ ବିଜେଡି ଏବଂ ଚତୁର୍ଥରେ କଂଗ୍ରେସ ରହିଥିଲା। ଏହି ନିର୍ବାଚନ କୁ ଶୃୃଙ୍ଖଳିତ କରିବା ପ।ଇଁ ୭ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ, ୧୦ଟି ପାଟ୍ରୋଲିଂ ପାର୍ଟି, ସ୍ଥାନୀୟ ଏସ୍‌ପି, ଏଏସ୍‌ପି ଏବଂ ଏସ୍‌ଡିପିଓ ମୁତୟନ ରହିଛନ୍ତି।

 

LEAVE A REPLY

Please enter your comment!
Please enter your name here