ବ।ତ୍ୟ। ‘ପେଥ।ଇ’ ଚିନ୍ତାରେ ଚ।ଷି କୂଳ

0
75

ଭୁବନେଶ୍ୱର:ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତରେ ପରିଣତ ହୋଇଛି । ଆସନ୍ତା ୨୪ ଘଂଟାରେ ଘୂର୍ଣ୍ଣିବାତ୍ୟାର ରୂପ ନେବ । ବାତ୍ୟା ‘ପେଥାଇ’ ଏବେ ଘଣ୍ଟାକୁ ୧୧ କିଲୋମିଟର୍‌ ବେଗରରେ ପଶ୍ଚିମ-ଉତ୍ତରଦକ୍ଷିଣ ଆଡ଼କୁ ଅଗ୍ରସର ହେଉଛି । ଏହାର କେନ୍ଦ୍ରସ୍ଥଳ ଆନ୍ଧ୍ରର ମଛଲିପଟ୍ଟନମ୍‌ଠାରୁ ୧୯୦ କିମି ଦୂରରେ ରହିଛି । ଆସନ୍ତା ୧୭ ତାରିଖରେ ଏହା ଆନ୍ଧ୍ର ପ୍ରଦେଶର ଓରାଙ୍ଗୋଲ-କାକ୍କିନଡା ଉପକୂଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପେଥାଇର ପ୍ରଭାବ ଓଡ଼ିଶାର ପଡ଼ିବାର ଆକଳନ କରାଯାଉଥିବାରୁ ଚିନ୍ତା ପଡ଼ିଛନ୍ତି ଚାଷୀ । ଏହା ସହିତ ରାଜ୍ୟର ସମସ୍ତ ବନ୍ଦରରେ ଏକ ନମ୍ବର ସତର୍କ ସୂଚନା ଜାରି କରାଯାଇଛି । ପେଥାଇର ପ୍ରଭାବର ଓଡ଼ିଶାର ଉପରେ ପଡ଼ିବ । ଆସନ୍ତା ୪୮ ଘଂଟାରେ ଓଡିଶାର ୬ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମାଲକାନାଗିରି, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି । ରାଜ୍ୟର ସମସ୍ତ ଜିଲ୍ଲାବାସୀଙ୍କୁ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ପାଣିପାଗ ବିଭାଗ ନିର୍ଦ୍ଦେଶ ଦେଇଛି । ଏହା ସହିତ ଉପରୋକ୍ତ ୬ଟି ଜିଲ୍ଲାରେ ଜିଲ୍ଲାପାଳଙ୍କୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଯୁଗ୍ମ ରିଲିଫ କମିଶନର୍‌ ପ୍ରଭାତ ମହାପାତ୍ର କହିଛନ୍ତି । ଏହି ବର୍ଷା ଦ୍ୱାରା ଫସଲ ନଷ୍ଟ ହେବାର ସମ୍ଭାବନା ରହିଛି ତେଣୁ ଚାଷୀମାନେ ଚିନ୍ତାରେ ପଡିଯାଇଛନ୍ତି । କୃଷି ବିଭାଗ ତରଫରୁ ଚାଷୀ ମାନଙ୍କୁ ଫସଲକୁ ସୁରକ୍ଷାସ୍ଥାନରେ ସ୍ତାନାନ୍ତରିତ କରିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସଜୀବୀମାନଙ୍କୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here