ବ।ଜିଲ। ନିର୍ବାଚନ ବିଗୁଲ: ଅପ୍ରେଲ ୧୧ ରୁ ମେ ୧୯ ଭୋଟ, ୨୩ ରେ ଗଣତି

0
792

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ସହ ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ନେଇ ଆଜି ବିଗୁଲ୍ ଫୁଙ୍କିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ । ଦିଲ୍ଲୀ ବିଜ୍ଞାନଭବନର ପ୍ଲେନାରୀ ହଲ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଆରୋରା ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ସମଗ୍ର ଦେଶରେ ମୋଟ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବା ନେଇ ଘୋଷଣା କରାଯାଇଛି । ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏପ୍ରିଲ ୨୩ରେ ତୃତୀୟ ପର୍ଯ୍ୟାୟ , ଏପ୍ରିଲ ୨୯ରେ ଚତୁର୍ଥ ପର୍ଯ୍ୟାୟ , ମେ ୬ରେ ପଂଚମ ପର୍ଯ୍ୟାୟ , ମେ ୧୨ରେ ଷଷ୍ଠ ପର୍ଯ୍ୟାୟ ଓ ମେ ମାସ ୧୯ ତାରିଖରେ ସପ୍ତମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ ।
ଏବଂ ସାତ ପର୍ଯ୍ୟାୟ ମତଦାନ ପରେ ଆସନ୍ତା ମେ ମାସ ୨୩ ତାରିଖରେ ଭୋଟ ଗଣତି ହେବା ସହ ସେହି ଦିନ ଫଳାଫଳ ଘୋଷଣା କରାଯିବ ।

ମୁକ୍ତ, ଅବାଧ ଓ ନିରପକ୍ଷ ନିର୍ବାଚନ ପରିଚାଳନା ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେଉଥିବା କଥା କହିଛନ୍ତି । ସେହିପରି ପ୍ରତି ନିର୍ବାଚନ କେନ୍ଦ୍ରରେ ଭିଭିପିଏଟି ଲାଗିବା ନେଇ ମଧ୍ୟ ଘୋଷଣା କରିଛନ୍ତି ସିଇସି । ସେହିପରି ନିର୍ବାଚନ ତାରିଖ ଘୋଷଣା ବେଳେ ପରୀକ୍ଷା ତାରିଖ ଓ ପର୍ବପର୍ବାଣୀକୁ ଆଖିରେ ରଖାଯାଇଥିବା କଥା ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି । ଚଳିତ ବର୍ଷ ଦେଶରେ ୯୦କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବାକୁ ଥିବା ବେଳେ ଦେଶରେ ପ୍ରାୟ ୧୦ଲକ୍ଷ ମତଦାନ କେନ୍ଦ୍ର ଖୋଲାଯିବ । ସେହିପରି ୧୯୫୦ ଦେୟମୁକ୍ତ ନମ୍ବରକୁ ଫୋନ୍ କରି ଭୋଟର ଲିଷ୍ଟରେ ଆପଣଙ୍କ ନାମ ଅଛି ନା ନାହିଁ ତାହା ଆପଣ ଜାଣିପାରିବେ । ସେହିପରି ରାତି ୧୦ରୁ ସକାଳ ୬ଟା ପର୍ଯ୍ୟନ୍ତ ମାଇକ୍ ବାଜିବା ଉପରେ ରୋକ ଲଗାଯିବା ସହ ନିର୍ବାଚନର ୪୮ଘଣ୍ଟା ପୂର୍ବରୁ ଲାଉଡି ସ୍ପିକର ବାଜିବା ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ୍ । ସେହିପରି ଯଦି କୌଣସି ଅଭିଯୋଗ ଆସେ ତେବେ ୧୦୦ମିନିଟ୍ ମଧ୍ୟରେ ତାର ତଦନ୍ତ କରାଯିବ ବୋଲ୍ି ମଧ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ନିର୍ବାଚନ କମିଶନ ।

ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜି ଠାରୁ ସମଗ୍ର ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।

LEAVE A REPLY

Please enter your comment!
Please enter your name here