ପ୍ରଦୀପ ମହ।ରଥି ମନ୍ତ୍ରୀ ପଦରୁ ଆଉଟ୍

0
2594

ଭୁବନେଶ୍ୱର:ଶେଷରେ ମନ୍ତ୍ରୀ ପଦରୁ ଆଉଟ୍ ହେବ।କୁ ପଡିଛି । ପିପିିଲି ଗଣଦୁଷ୍କର୍ମ ଘଟଣାରେ ତାତ୍ସଲ୍ୟପୂର୍ଣ୍ଣ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁ ଶେଷରେ ତାଙ୍କୁ ଏହି ଦଣ୍ଡ ଭୋଗିବାକୁ ହୋଇଛି । ଅନେକ ବ।ର ମହିଳା ବିରୋଧୀ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାର ପରିସର ଭିତରେ ରହି ଆସୁଥିବା ବେଳେ ତ।ଙ୍କ ପ।ଇଁ ଦଳ ସବୁବେଳେ ଅକଳରେ ପଡି ଆସୁଥିଲା । ଏପଟେ ବିଜେଡ଼ି ମହିଳାଙ୍କୁ ଗୁରୁତ୍ୱ ଦେଇ ଆସୁଥିବା ନ।ର। ଦେଇ ଆସିବା ବେଳେ ଏହ। ଦଳ ବିରୋଧୀ ସନ୍ଦେଶ ଦେବ। ର।ଜନୈତିକ ମହଲରେ ଚର୍ଚ୍ଚା ବି ହେଉଥିଲା ।ପୂର୍ବରୁ ମଧ୍ୟ ମନ୍ତ୍ରୀ ଥିତଲା ବେଳେ ଏହି ଘଟଣା ଯେତେବେଳେ ଘଟିଥିଲା ସେ ସମୟରେ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ଗିରଫ ଅଭିଯୁକ୍ତ ତାଙ୍କ ଫାର୍ମରୁ ଧରା ହୋଇଥିବା ଅଭିଯୋଗ ଆସିଲା ପରେ ବିଭିନ୍ନ ସଙ୍ଗଠନ ତାଙ୍କର ଇସ୍ତଫା ଦାବି କରି ରାସ୍ତାକୁ ଓହ୍ଲାଇଥିଲେ । ଶେଷରେ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା । ଏବେ କୋର୍ଟ ରାୟ ଫଳରେ ଦୁଇ ଅଭିଯୁକ୍ତ ବିନା ପ୍ରମାଣରେ ଖଲାସ ହେବା ପରେ ତାକୁ ନେଇ ଶ୍ରୀ ମହାରଥୀ ସତ୍ୟର ଜୟ ହେଲା ବୋଲି କହି ପୀଡ଼ିତାଙ୍କୁ ନ୍ୟାୟ ମିଳିଲା ବୋଲି ମଧ୍ୟ ମତ ଦେଇଥିଲେ । ଏଭଳି ତାତ୍ସଲ୍ୟ ପୂର୍ଣ୍ଣ ମତ ପରେ କଂଗ୍ରେସ ଓ ବିଜେପି ମହିଳା ସଂଗଠନ ପକ୍ଷରୁ ଆନ୍ଦୋଳ ଅବ୍ୟାହତ ରଖାଯାଇଛି । ଶ୍ରୀ ମହାରଥୀଙ୍କ ଘର ଘେରାଉ କରିବା ସହ ଅଣ୍ଡା ମାଡ଼ କରାଯାଇଥିଲା । ଏପରିକି ବିଜେପି ଓ କଂଗ୍ରେସ ମହିଳାଙ୍କ ପକ୍ଷରୁ ନବୀନ ନିବାସ ଘେରାଉ ବାରମ୍ବାର କରାଗଲାଣି । ଆଗକୁ ଆନ୍ଦୋଳନ ବଢ଼ିବାର ଲାଗିଛି । ଏସବୁ ଘଟଣା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ କିଛି ଦିନ ହେଲା ମହାରଥୀଙ୍କୁ ନିଜଠାରୁ ଦୂରେଇ ରଖିଥିବା ଦେଖାଯାଉଥିଲା ।
ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ଅବସରରେ ବାରିପଦାଠାରେ ଆୟୋଜିତ ସମାବେଶରେ ନବୀନଙ୍କ ମହିଳା ସଶକ୍ତୀକରଣକୁ ନେଇ କଠୋର ସମାଲୋଚନା କରିôଥଲେ । ସିଧା ସଳଖ ଏହି ପିପିଲି ଘଟଣାର ଅବତାରଣା କରିଥିଲେ । ଠିକ ଭାବରେ ତଦନ୍ତ ହୋଇ ନ ଥିବା କହି ଦୋଷୀକୁ ଖସାଇ ଦିଆଯାଇଥିବା ନେଇ ଅଭିଯୋଗ କରି ନବୀନଙ୍କ କାର୍ଯ୍ୟଦକ୍ଷତା ଉପରେ ଆଙ୍ଗୁଠୀ ଦେଖାଇଥିଲେ । ଏହି ଘଟଣାକୁ ଆଉଥରେ ତଦନ୍ତ କରିବ। କିମ୍ୱା ଦୃଷ୍ଟି ଦେବ।କୁ କଟ।କ୍ଷ କରିଥିଲେ । ଏପଟେ ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚ। ବି ଏ ବିଷୟରେ ଅଡି ବସିଥିଲେ ।

LEAVE A REPLY

Please enter your comment!
Please enter your name here