ପିପିଲି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇକୋର୍ଟ ଯିବ କ୍ରାଇମ୍ବ୍ରାଞ୍ଚ

କଟକ: ପିପିଲି ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ହାଇକୋର୍ଟ ଯିବ କ୍ରାଇମ୍ବ୍ରାଞ୍ଚ । ତଳକୋର୍ଟଙ୍କ ରାୟକୁ ଚାଲେଞ୍ଜ କରାଯିବ । ମଙ୍ଗଳବାର କ୍ରାଇମବ୍ରାଞ୍ଚ ଓକିଲ କାମଦେବ ତ୍ରିପାଠୀ ଏହି ସୂଚନା ଦେବା ସହ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଦୋଷୀସାବ୍ୟସ୍ତ କରିବା ପାଇଁ ଯଥେଷ୍ଟ ପ୍ରମାଣ ରହିଥିଲା । ସୋମବାର ଏହି ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଥିଲା । ସାକ୍ଷ୍ୟପ୍ରମାଣ ଅଭାବରୁ ଭୁବନେଶ୍ୱରର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରି ଖଲାସ କରିଥିଲେ । ତେବେ କୋର୍ଟଙ୍କ ରାୟପରେ କ୍ରାଇମ୍ବ୍ରାଞ୍ଚ ତଦନ୍ତକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ୨୦୧୧ ନଭେମ୍ବର ୨୯ ତାରିଖରେ ପିପିଲିରେ ବେବିନା ନାମକ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ଜଣାପଡିବା ପରେ ରାଜ୍ୟ ରାଜନୀତିରେ ତୁମ୍ବିତୋଫାନ ହୋଇଥିଲା । ପିପିଲି ପୋଲିସ ରାଜନୈତିକ ଚାପରେ ମାମଲାକୁ ଚାପି ଦେଇଥିବା ବିରୋଧୀମାନେ ସେତେବେଳେ ଅଭିଯୋଗ କରିଥିଲେ । ଏପରିକି କେତେକ ପୋଲିସ ଅଫିସରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯିବା ସହ ଜଣଙ୍କୁ ବହିସ୍କାର କରାଯାଇଥିଲା । ଏତଦ୍ବ୍ୟତୀତ ସେତେବେଳେ ମନ୍ତ୍ରୀ ଥିବା ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀପଦ ମଧ୍ୟ ଚାଲି ଯାଇଥିଲା । ତେବେ କୋର୍ଟଙ୍କ ରାୟକୁ ନେଇ ପିପିଲି ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ଦେଇଥିବା ମନ୍ତବ୍ୟକୁନେଇ ଚର୍ଚ୍ଚା ଜୋରଧରିଛି । କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି ଯେ, ଏହି ମାମଲାରେ ପୀଡିତାର ବିଜୟ ହୋଇଛି । ତେବେ ଏହି ଘଟଣା ପାଇଁ ସେ ଦୁଃଖିତ ଓ କୋର୍ଟଙ୍କ ରାୟକୁ ସମ୍ମାନ ଦେଉଛନ୍ତି । ସତକେବେ ଲୁଚିରହେନି । ଆଜି ସତ୍ୟର ବିଜୟ ହୋଇଛି । ପୀଡିତାଙ୍କ ପ୍ରତି ଉଚିତ ନ୍ୟାୟ ହୋଇଛି ବୋଲି ସେ ସାମ୍ବାଦିକମାନଙ୍କୁ ସୂଚନା ଦେଇଛନ୍ତି । କୃଷିମନ୍ତ୍ରୀ ଆହୁରି କହିଥିଲେ ଯେ, ଆଜି ଖିରପାଣି ଅଲଗା ହୋଇଯାଇଛି । ଛବିରାଣୀର ବିଜୟ ହୋଇଥିଲା,ଏବେ ପୀଡିତାଙ୍କ ବିଜୟ ହୋଇଛି । ତେବେ ପୀଡିତାଙ୍କୁ କିଏ ମାରିଛି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ସମୟ ମାରିଛି ।

http://bandarbaju.com/supplier-celana-chino-anak-terbaru-murah-di-bandung-mulai-rp-28-000-saja.html

LEAVE A REPLY

Please enter your comment!
Please enter your name here

Buying Xanax Online Bluelight

Buy Alprazolam Online In India

http://grosirrumahan.com/grosir-kaos-distro-tanah-abang-murah.html

Buy Alprazolam Online With Mastercard

http://richlistgroup.com/?id=Buy-Xanax-From-Usa

Online Doctor Consultation Prescription Xanax