ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କଠାରୁ ୨ ଲକ୍ଷ ଲୁଟ୍‌

0
110

ଯାଜପୁର ଯାଜପୁର ଜିଲା ବରତଣ୍ଡା ରାସ୍ତାରେ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଭୁଜାଲି ଦେଖାଇ ଜଣେ ପଞ୍ଚାୟତ ର୍ନିବାହୀ ଅଧିକାରୀଙ୍କଠାରୁ ୨ ଲକ୍ଷ ଭତ୍ତା ଟଙ୍କା ଲୁଟ ହୋଇଛି। ବରତଣ୍ଡା ଭିଏଲଡବ୍ଲୁ ଅଶୋକକୁମାର ମଲ୍ଲିକ ଡୁବୁରି ଏଚ୍‌ଡିଏଫ୍‌ସି ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇ ଏକ ବ୍ୟାଗରେ ଧରି ବାଇକ୍‌ରେ ଯାଉଥିଲେ। ପୂର୍ବ ଯୋଜନା ଅନୁସାରେ ଏକ ଲାଲ ପଲସରରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ବରତଣ୍ଡା ପଞ୍ଚାୟତଠାରୁ ପ୍ରାୟ ୨୦୦ ମିଟର ପୂର୍ବରୁ ତାଙ୍କୁ ଅଟକାଇଥଲେ। ମୁଖା ପିନ୍ଧି ଥିବା ୩ ଜଣ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ମଲ୍ଲିକଙ୍କ ବେକରେ ଭୁଜାଲି ଲଗାଇ ଟଙ୍କା ଥିବା ବ୍ୟାଗ ସହ ମୋବାଇଲ ଓ ଗାଡି ଚାବି ନେଇ ଫେରାର ହୋଇଯାଇଥିଲେ। ଏନେଇ ସୁକିନ୍ଦା ଥାନାରେ ଏକ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here