ଦାନ୍ତେୱାଡାରେ ନକ୍ସଲ ଆକ୍ରମଣରେ ଦୂରଦର୍ଶନର କ୍ୟାମେରାମ୍ୟାନ୍ ଓ ୨ ଯବାନ ମୃତ

0
62

Buy Alprazolam Pills ଦାନ୍ତେୱାଡା: ଛତିଶଗଡର ଦାନ୍ତେୱାଡାରେ ନକ୍ସଲମାନେ ନିର୍ବାଚନ ପାଇଁ ଖବର ସଂଗ୍ରହ ପାଇଁ ଯାଇଥିବା ଦୂରଦର୍ଶନ ଟିମ ଉପରେ ମଙ୍ଗଳବାର ଆକ୍ରମଣ କରିଛନ୍ତି ।  ମାଓବାଦୀ ଆକ୍ରମଣରେ ୨ ଯବାନ ସହିଦ, ଜଣେ ସବ୍‌ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ କନେଷ୍ଟବଳ ଓ ଦୂରଦର୍ଶନର ଜଣେ କ୍ୟାମେରାମ୍ୟାନ ମଧ୍ୟ ମୃତ, ମୃତ କ୍ୟାମେରାମ୍ୟାନ୍‌ ବଲାଙ୍ଗିର ଲୋଇସିଂହାର ଘୁଷୁରାମୁଣ୍ଡା ଗାଁର ଅଚ୍ୟୁତାନନ୍ଦ ସାହୁ । ଦୁରଦର୍ଶନର ଏକ ଟିମ୍ ଛତିଶଗଡ ଜିଲ୍ଲା ଦାନ୍ତେୱାଡା ଆରନପୁରକୁ ନିର୍ବାଚନ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ । ସେହି ସମୟରେ ନକ୍ସଲମାନେ ଟିମ୍ ଉପରେ ଆକ୍ରମଣ କରିଥିଲେ । ମୃତ କ୍ୟାମେରାମ୍ୟାନ୍ ଜଣେ ଓଡିଆ ହୋଇଥିବା ଜଣାପଡିଛି । ତାଙ୍କ ନାମ ଅଚ୍ୟୁତାନନ୍ଦ ସାହୁ ହୋଇଥିବାବେଳେ ସେ ବଲାଙ୍ଗିର ଜିଲ୍ଲାର ହୋଇ ଥିବା ସୂଚନା ମିଳିଛି । ଏହା ପୂର୍ବରୁ ତିନି ଦିନ ତଳେ ହୋଇଥିବା ଆକ୍ରମଣରେ ୪ଜଣ ସିଆରପିଏଫ୍ ଯବାନ ସହିଦ ହୋଇଥିବା ବେଳେ ଆଜିର ଘଟଣାକୁ ରାଜ୍ୟ ସରକାର ନିନ୍ଦା କରିଛନ୍ତି । ଏହି ମାମଲାରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବଦ୍ଧର୍ନ ସିଂହ ରାଠୌର କହିଛନ୍ତି କି, ସେ କ୍ୟାମେରମ୍ୟାନଙ୍କ ପରିବାର ସହ ଅଛନ୍ତି। ସେ ତାଙ୍କ ପରିବାରର ଦାୟିତ୍ବ ନେବେ। କ୍ୟାମେରମ୍ୟାନଙ୍କ ସାହାସିକତାକୁ ମନେ ପକାଯିବ ବୋଲି ସେ କହିଛନ୍ତି।