ଘରକୁ ଛୁଟିରେ ଆସିଥିବା ଯବାନଙ୍କୁ ଅପହରଣ କରିନେଲେ ଆତଙ୍କବାଦୀ !

0
61

ଶ୍ରୀନଗର : ଗତକାଲି ବିଳମ୍ବିତ ରାତ୍ରରେ ୪ଜଣ ଅଜଣା ବନ୍ଧୁକଧାରୀ ଛୁଟିରେ ଘରକୁ ଆସିଥିବା ଜଣେ ୨୭ ବର୍ଷୀୟ ସେନାର ଯବାନଙ୍କୁ ଜମ୍ମୁ-କଶ୍ମୀରର ବଡ଼ଗାମ ଜିଲ୍ଲା ଚାଡ଼ୁରା ଗ୍ରାମରୁ ଅପହରଣ କରିନେଇଥିବା ଜଣାପଡିଛି । ଏହି ଯବାନଙ୍କ ନାମ ମହମ୍ମଦ ୟାସିନ୍ ଏବଂ ସେ ଜମ୍ମୁ-କଶ୍ମୀରର ଲାଇଟ୍ ଇନ୍ଫାଣ୍ଟାରୀରେ କାର୍ଯ୍ୟରତ ଥିଲେ । ସେ ଗତ ଫେବୃଆରୀ ୨୬ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଛୁଟି ନେଇ ଘରକୁ ଆସିଥିଲେ । ଏହି ୪ଜଣ ବନ୍ଧୁକଧାରୀ ଆତଙ୍କବାଦୀ ବୋଲି ମଧ୍ୟ କୁହାଯାଉଛି । ମହମ୍ମଦ ୟାସିନ୍ ଘରେ ଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା । ପରିବାର ଲୋକ ବିରୋଧ କରିବାରୁ ଏହି ବନ୍ଧୁକଧାରୀମାନେ ଭୟଭୀତ କରାଇଥିଲେ । ପରେ ପରିବାର ଲୋକ ପୋଲିସକୁ ସୂଚନା ଦେଇଥିଲେ । ଏହାପରେ ସେନା, ସିଆର୍ପିଏଫ୍ ତଥା ପୋଲିସ ପକ୍ଷରୁ ତଲାସୀ ଅଭିଯାନ ଆରମ୍ଭ କରାଯାଇଛି । ତାଙ୍କୁ ଉଦ୍ଧାର କରିବା ପାଇଁ ଜମ୍ମୁ-କଶ୍ମୀର ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିବା ସହ ଜାତୀୟ ରାଜପଥକୁ ନାକାବନ୍ଦି କରି ରଖି ତଲାସୀ ଅଭିଯାନ ଆରମ୍ଭ କରିଛି । ପ୍ରକାଶଯୋଗ୍ୟ, ଆତଙ୍କବାଦୀମାନେ ପୂର୍ବରୁ ଜମ୍ମୁ-କଶ୍ମୀରରେ ଅନେକ ଯବାନଙ୍କୁ ଅପହରଣ କରିନେବା ପରେ ହତ୍ୟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here