ଖୁବଶୀଘ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ଉତ୍ତେଜନା ହ୍ରାସ ହେବ: ଟ୍ରମ୍ପ

0
107

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାମୂଳକ ପରିସ୍ଥିତିକୁ ଅଟକାଇବା ପାଇଁ ଆମେ ମଧ୍ୟସ୍ଥି ସାଜିିଛୁ । କିପରି ଏହି ଦୁଇଦେଶ ମଧ୍ୟରେ ଶାନ୍ତିକୁ ଫେରାଇ ଆଣିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି ।
ଭିଏତନାମର ହନୋଇଠାରେ ଟ୍ରମ୍ପ କହିଛନ୍ତି ଯେ ଖୁବଶୀଘ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ଉତ୍ତେଜନା ହ୍ରାସ ହେବ ଓ ଯଥୋଚିତ୍‍, ସକରାତ୍ମକ ସମାଚାର ଆସିବ।
ଭାରତୀୟ ଜାତୀୟ ସୁରକ୍ଷା ପରମାର୍ଶଦାତା ଅଜିତ ଡୋଭାଲ ଏବଂ ଆମେରିକା ବିଦେଶ ମନ୍ତ୍ରୀ ମାଇକ୍‍ ପମ୍ପେୟୋଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଏହାପରେ ଆମେରିକା ପାକିସ୍ତାନକୁ ଚେତାବନୀ ଦେଇଥିଲା ଏବଂ ଆତଙ୍କବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ସେ ଭାରତ ସହ ଥିବା ପ୍ରକାଶ କରିଥିଲା।
ପ୍ରକାଶଯୋଗ୍ୟ ଯେ ଭାରତୀୟ ବାୟୁ ସେନା ମଙ୍ଗଳବାର ପାକିସ୍ତାନର ବାଲାକୋଟଠାରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ଠିକଣା ଉପରେ ବୋମା ପକାଇଥିଲା। ଏହାପରେ ବୁଧବାର ପାକିସ୍ତାନ ବାୟୁସେନାର ଯୁଦ୍ଧ ବିମାନ ଭାରତୀୟ ବାୟୁ ସୀମା ଉଲ୍ଲଙ୍ଘନ କରିଥିଲା। ଏହାକୁ ପଛ କରି ଭାରତର ଏକ ମିଗ୍‍-୨୧ ବିମାନ ପାକିସ୍ତାନ ସୀମାରେ ପ୍ରବେଶ କରି ଗୋଟିଏ ଏଫ-୧୬ ଯୁଦ୍ଧ ବିମାନକୁ ମାରି ଖସାଇ ଦେଇଥିଲା। ତେଣୁ ଏବେ ଦୁଇଦେଶ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here