ଖର।ଦିନେ ଥଣ୍ଡା ପ।ଣି ଶରୀର ପ।ଇଁ କ୍ଷତିକ।ରକ

0
185

ଖରାଦିନେ ଥଣ୍ଡାପାଣି ପିଇବାର ସଉକ ଅନେକଙ୍କର ଥାଏ। ଏପରିକି ଅନେକେ ଖରାରୁ ଆସି ଘରେ ପହଞ୍ଚିବା ପରେ ଥଣ୍ଡାପାଣି ପିଇବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ମାତ୍ର ଗରମ ଦିନରେ ଥଣ୍ଡା ପାଣି ପିଇବା ସ୍ବାସ୍ଥ୍ୟପକ୍ଷେ ବେଶ କ୍ଷତିକାରକ। ଏହି ପାଣି ପିଇବା ଫଳରେ କି କି ଅସୁବିଧା ହୋଇପାରେ ଆସନ୍ତୁ ଆଲୋଚନା କରିବା।

– ହଜମ ପ୍ରକ୍ରିୟା ପ୍ରଭାବିତ ହୋଇଥାଏ: ଅଧିକ ପରିମାଣରେ ଥଣ୍ଡା ପାଣି ପିଇବା ଦ୍ୱାରା ରକ୍ତ ବାହୀଗୁଡିକ ଶକ୍ତ ହୋଇଯାଆନ୍ତି। ଫଳରେ ପେଟକୁ ପର୍ଯ୍ୟାପ୍ତ ପରିମାଣର ରକ୍ତ ପହଞ୍ଚିପାରି ନ ଥାଏ। ଏଥିଯୋଗୁ ହଜମ ପ୍ରକ୍ରିୟାରେ ଅଧିକ ଶକ୍ତି ବିନିଯୋଗ ହୋଇଥାଏ। 
-ଶରୀରରେ ପୋଷକ ତତ୍ତ୍ୱର ପରିମାଣ ହ୍ରାସ ପାଇଥାଏ: ସାଧାରଣତଃ ଶରୀରର ତାପମାତ୍ରା ୩୭ଡିଗ୍ରୀ ସେଲସିୟସ। ଏଥିଯୋଗୁ ଥଣ୍ଡା ପାଣି ପିଇବା ଦ୍ୱାରା ଶରୀରର ତାପମାତ୍ରା କମିଥାଏ। ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଅତିରିକ୍ତ ଶକ୍ତି ଖର୍ଚ୍ଚ କରିବାକୁ ପଡିଥାଏ। ଫଳରେ ଶରୀରରେ ଥିବା ପୋଷକ ତତ୍ତ୍ୱ ପରିମାଣ ହ୍ରାସ ପାଇଥାଏ।
-ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ତଣ୍ଟି ଖରାପ ଓ କାଶ ପରି ସମସ୍ୟା ଉପୁଜିପାରେ। 
– ହୃଦ୍‌ସ୍ପନ୍ଦନ କମ୍‌ ହୋଇଥାଏ।

LEAVE A REPLY

Please enter your comment!
Please enter your name here