କଂଗ୍ରେସ ଛ।ଡିଲେ ଗଗନ ଜେନା

0
1007

ଭୁବନେଶ୍ୱର: ଯାଜପୁର ଜିଲା ବରୀ ବ୍ଲକର ପୂର୍ବତନ କଂଗ୍ରେସ ଚେୟାରମ୍ୟାନ୍‌ ତଥା ପିସିସି ସଦସ୍ୟ ଗଗନ ବିହାରୀ ଜେନା ରବିବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର ଘଟଣାରେ ବ୍ୟାଥିତ ହୋଇ ସେ ଦଳ ଛାଡିଥିବା କହିଛନ୍ତି। ଅନ୍ୟାୟ ଭାବେ କରାଯାଇଥିବା ଏହି ବହିଷ୍କାରକୁ ପ୍ରତିବାଦ କରି ଦୁଃଖର ସହ କଂଗ୍ରେସରୁ ବିଦାୟ ନେଉଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ୨୦୧୪ରେ ଗଗନ ବିହାରୀ ଜେନା ବରୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଥିଲେ। ବର୍ତ୍ତମାନ ସେ ପିସିସିର ସଦସ୍ୟ ମଧ୍ୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here