ଓଡ଼ିଶାର ବିକାଶ ପ।ଇଁ ବିଜେପି ସରକାର ପ୍ର।ଧ।ନ୍ୟ ଦେଉଛି:ମୋଦି

0
80

ଖୋର୍ଦ୍ଧା: ଆଇଆଇଟି କ୍ୟାମ୍ପସ ରେ ଉନ୍ମୋଚନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧାର ଗୋଶାଳା ପଡିଆ ରେ ଦଳୀୟ କାର୍ଯ୍ୟକ୍ରମ ରେ ଯୋଗ ଦେଇଛନ୍ତି। ଏହି ଅବସରରେ ମୋଦି ଓଡ଼ିଆରେ ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ। ମୋଦି ଓଡ଼ିଆ ରେ କହିଥିଲେ ଯେ, ଜୟ ଜଗନ୍ନାଥ, ପ୍ରଣାମ। ବିର ମାଟି ବରୁଣେଇ କୁ ଆସି ମୁଁ ଧନ୍ୟ ହୋଇଗଲି ବୋଲି ମୋଦୀ ଓଡ଼ିଆ ରେ କହିଥିଲେ। ମୋଦି ଖୋର୍ଦ୍ଧା ର ବରୁଣେଇ କୁ ବିର ମାଟି ବୋଲି ଅଭିହିତ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଓଡ଼ିଶା କୁ ବହୁତ୍ ଭଲ ପାଉଥିଲେ। ସେହି ଧାରା କୁ ବିଜେପି ବଜାୟ ରଖିଛି। ଓଡ଼ିଶା ର ବିକାଶ କୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଛନ୍ତି। ଆଜି ଗୋଟିଏ କାର୍ଯ୍ୟକ୍ରମ ରେ ପ୍ରାୟ ୧୪ ହଜାର କୋଟି ଟଙ୍କା ର ପ୍ରକଳ୍ପ ଏହାର ବଳିଷ୍ଠ ଉଦାହରଣ ବୋଲି ମୋଦୀ କହିଛନ୍ତି। ଓଡ଼ିଶା ରେ ୯୦ ରୁ ଉର୍ଦ୍ଧ ଏକଲବ୍ୟ ସ୍କୁଲ୍ ଖୋଲିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ମୋଦି କଂଗ୍ରେସ୍ ଓ ବିଜେଡ଼ି କୁ କଡା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଓଡ଼ିଶା ରେ ପରିବର୍ତନ ର ହୱା ବହି ଲାଣି ବୋଲି ବୋଲି ସେ କହିଛନ୍ତି। ଅନେକ କ୍ଷେତ୍ରରେ ଏବେ ବି ଓଡ଼ିଶା ପଛରେ ପଡିଛି। ଶିକ୍ଷକ ଙ୍କୁ ଦରମା ନା ମିଳିବାରୁ ସେମାନେ ପାଠ ପଢ଼ାଇବା ବଦଳରେ ରାସ୍ତା ରେ ଆନ୍ଦୋଳନ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ବୀମା ଯୋଜନା କୁ ଓଡ଼ିଶା ସରକାର ଲାଗୁ କରୁ ନାହାନ୍ତି। ଫଳରେ ବାହାର ରାଜ୍ୟ ରେ ଅସୁସ୍ଥ ହୋଇ ପଡ଼ୁଥିବା ଓଡ଼ିଶା ର ଲୋକ ଅନେକ୍ ହଇରାଣ ହେଉଛନ୍ତି। ଓଡ଼ିଶା ର ସ୍ବାର୍ଥ କୁ ରାଜ୍ୟ ସରକାର ଅଣଦେଖା କରୁଛନ୍ତି ବୋଲି ମୋଦୀ କହିଛନ୍ତି। ଚାଷୀଙ୍କୁ ଲାଭ ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ରାଜ୍ୟର ଯୁବବର୍ଗ ଅନ୍ୟ ରାଜ୍ୟକୁ କାମ ସନ୍ଧାନ ରେ ଯିବ କୁ ବାଧ୍ୟ ହେଉଛନ୍ତି ବୋଲି ମୋଦୀ କହିଛନ୍ତି। କେନ୍ଦ୍ର ରେ କଂଗ୍ରେସ ଶାସନ ସମୟ ରେ ଯେଉଁ ଅବ୍ୟବସ୍ଥା ଦେଖା ଦେଇଥିଲା, ତାହା କୁ ବିଜେପି ସୁଧାରିବାକୁ ଉଦ୍ୟମ କରୁଚି ବୋଲି ମୋଦୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here