ଓଃ କି ଶୀତ

0
59

କନ୍ଧମାଳ:କନ୍ଧମାଳ ଜିଲାରେ ଗତ ଦୁଇ ଦିନ ହେବ ଜିଲ୍ଲାର ବିଭିନ୍ନ ଅଂଚଳରେ ଶୀତର ପ୍ରକୋପ ବଢିବା ସହିତ ପାରଦ ଖସୁଛି ଓ ରାତିରେ ତାପମାତ୍ରା ତିନି, ଚାରି ଡିଗ୍ରୀ ରହିବା ଯୋଗୁଁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ସକାଳୁ ବିଭିନ୍ନ ସ୍ଥାନରେ ବରଫ ପାତ ହୋଇଥିବାର ଦେଖିବାକୁ ମିଳିଛି |ଦାରିଙ୍ଗବାଡି ସମେତ ସିମନବାଡ଼ି, ସାରନିକେତା, କିରିକୁଟି, ଗ୍ରୀନବାଡ଼ି, ବାଡାପାଙ୍ଗା ଆଦି ଅଂଚଳରେ ସକାଳୁ ଧଳାବରଫ ଆସ୍ତରଣ ସବୁ ଦେଖିବାକୁ ମିଳିଛି |ଜିଲ୍ଲାର ଫୁଲବାଣୀରେ ମଧ୍ୟ ସବୁଠାରୁ କମ ତାପମାତ୍ରା ଥିବାବେଳେ ବାଲିଗୁଡା ଅଂଚଳ, ତୁମୁଡ଼ିବନ୍ଧର ବେଲଘର,କ.ନୂଆଗାଁର ସାରଗଗଡ, ବଣ୍ଡଗୁଡା ଆଦି ଅଂଚଳରେ ଶୀତ ଲହରୀ ବଢୁଥିବା ବେଳେ ଆଜି ସକାଳୁ ତୁଷାର ପାତ ହେଇଛି | ଶୀତ ଯୋଗୁଁ ଘରୁ ବାହାରିବା ଲୋକଙ୍କୁ କଷ୍ଟ ହେଇଛି |ଲୋକେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ବସି ରହୁଛନ୍ତି |

LEAVE A REPLY

Please enter your comment!
Please enter your name here