ଇସ୍ତଫା ଦେଲେ କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ

0
128

ଭୁବନେଶ୍ୱର: କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ମଙ୍ଗଳବାର ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ବାଚସ୍ପତିଙ୍କୁ ଇସ୍ତଫାପତ୍ର ପ୍ରଦାନ ପୂର୍ବରୁ ସେ ଏକ ସାମ୍ବାଦିକ ସମ୍ବିଳନୀରେ ଏସମ୍ୱନ୍ଧରେ ସୂଚନ ଦେଇଥିଲେ । ସୂଚନା ଅନୁଯାୟୀ, କୋରାପୁଟର କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କୁଣ୍ଡୁଲି ପିଡିତା କୁ ନ୍ୟାୟ ଦେବାରେ ଅସଫଳ ହେବାରୁ ଏଭଳି ପଦକ୍ଷେପ ନେଇଥବା ଆଜି ଏକ ସାମ୍ବାଦିକ ସମ୍ବିଳନୀରେ କହିଛନ୍ତି । ଦଳର କିଛି ନିଷ୍ପତିକୁ ନେଇ ସେ ଅସନ୍ତୋଷ ଥିବା ପୂର୍ବରୁ ଚର୍ଚ୍ଚା ହେଉଥିଲା । ସେହି ଅସନ୍ତୋଷକୁ କେନ୍ଦ୍ରକରି ଶଗରିଆ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here