ଇଛ।ମୃତ୍ୟୁ ମ।ଗିଲେ ଶ୍ରୀମନ୍ଦିର ସେବ।ୟତ

0
184

ଭୁବନେଶ୍ୱର :ସୁପ୍ରିମ କୋର୍ଟଙ୍କ ଠ।ରୁ ଇଛ।ମୃତ୍ୟୁ ମ।ଗିଲେ ପୁରୀ ଶ୍ରୀମନ୍ଦିରର ଜଣେ ସେବ।ୟତ ସେ ଏପରି କହିଛନ୍ତି ଯେ ଭକ୍ତମାନଙ୍କ ଦାନ ଦକ୍ଷିଣାରେ ପରିବାର ପ୍ରତିପୋଷଣ କରୁଥିଲି । କଟକଣା ପରେ ଏବେ ଜୀବନ ନିର୍ବାହ କରିବା କଷ୍ଟକର । ତେଣୁ କରି ମୋତେ ଇଛ। ମୃତ୍ୟୁର ଅନୁମତି ଦିଆଯ।ଉ ବୋଲି ପ୍ର।ର୍ଥନ। କରିଛନ୍ତି ନରସିଂହ ପୂଜାପଣ୍ଡା । ଏହି ଘଟଣା ଏବେ ଆଲୋଚନାର କେନ୍ଦ୍ର ବିନ୍ଦୁ ସ।ଜିଛି । ଏଠ।ରେ ସୂଚନା ଯୋଗ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଶ୍ରୀମନ୍ଦିର ସେବାୟତମାନେ ଦାନ ଦକ୍ଷିଣା ନେଇପାରିବେ ନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦେଶ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ମନ୍ଦିର ପରିସରରେ ଅଧିକ ସଂଖ୍ୟକ ହୁଣ୍ଡି ସ୍ଥାପନ କରାଯିବା ସହ ଦାନ ଦକ୍ଷିଣା ଉପରେ କଟକଣା ଲାଗିଥିଲା । ସେହିପରି ଧାଡ଼ି ଦର୍ଶନର ମଧ୍ୟ ବ୍ୟବସ୍ଥା କରାଯାଇଥିଲା । ସେବାୟତଙ୍କୁ ଆଉ ପୂର୍ବଭଳି ଦାନ ଦକ୍ଷିଣା ନମିଳିବାରୁ ସେ ଏହି ପ୍ରକାର ନିଷ୍ପତ୍ତି ନେବ।କୁ ସ୍ଥିର କରିଛନ୍ତି ।

LEAVE A REPLY

Please enter your comment!
Please enter your name here