ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ

0
83

ଭୁବନେଶ୍ୱର: ବର୍ଷା ଋତୁରେ ଗ୍ରୀଷ୍ମର ରାଜୁତି । ପ୍ରଚଣ୍ଡ ଖରାରେ ଛଟପଟ ଓଡ଼ିଶାବାସୀ । ଭୟଙ୍କର ତାତିରେ ମୁହଁ ପୋଡ଼ିପକାଉଛି । ପୂର୍ବାହ୍ଣରୁ ଘରୁ ବାହାରି ହେଉନି । ତା’ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ କରିଦେଉଛି । ଆଜି ୪୦ଂ ଉପରେ ୧୦ ସହରର ପାରଦ । ଭୁବନେଶ୍ୱରରେ ତାପମାତ୍ରା ୪୨ଡିଗ୍ରୀ ଅତିକ୍ରମ କରିଥିବା ବେଳେ ବାରିପଦାରେ ୪୨ଡିଗ୍ରୀ ରହିଛି । ଦିନତମାମ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସବୁ ତତେଇ ଦେଇଥିଲା । ରାଜଧାନୀରେ କାଳବୈଶାଖୀ ତାଣ୍ଡବ ତାର କରାଳରୂପ ରଚିଛି । ୧୦ ମିନିଟ୍ର ଘୂର୍ଣ୍ଣଝଡ଼ରେ ଲୋୟର ପିଏମ୍ଜି ଠାରେ ୧୦ ଜଣ ଆନେ୍ଦାଳନକାରୀ ଆହତ ହୋଇଛନ୍ତି । ଆହୁରି ୪୮ ଘଣ୍ଟା ପର୍ଯ୍ୟନ୍ତ ଗ୍ରୀଷ୍ମ ଲହରୀ ଜାରି ରହିବ । ୨୩-୨୫ ତାରିଖ ମଧ୍ୟରେ ମୌସୁମୀ ସକ୍ରିୟ ହେବାର ସମ୍ଭାବନା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଦଶକ ଏଚ୍ଆର୍ ବିଶ୍ୱାସ କହିଛନ୍ତି । ମଙ୍ଗଳବାର ଦିନତମାମ ତାତିରେ ସିଝିଲା ପରେ ଅପରାହ୍ଣରେ ଭିଜିଲା ଅଧା ରାଜଧାନୀ । ଭୁବନେଶ୍ୱରରେ ନାକେଦମ୍ କଲା କାଳବୈଶାଖୀ ପବନ ଓ ବର୍ଷା । ଅପରାହ୍ଣ ୩.୪୫ରୁ ୪.୪୫ ଯାଏ ଘଣ୍ଟାଏ ମୂଷଳ ଧାରାରେ ବର୍ଷା ହୋଇଥିଲା । ସବୁକିଛି ଜାଣିବା ପୂର୍ବରୁ ରାଜଭବନ ଛକରୁ ଏଜି ଛକ ପର୍ଯ୍ୟନ୍ତ ଅନେକ ଗଛ ଭାଙ୍ଗି ରାସ୍ତାରେ ପଡ଼ିଥିଲା । ଝଡ଼ତୋଫାନରେ କେତେକ ଅଞ୍ଚଳରେ ବିଦୁ୍ୟତ୍ ସରବରାହରେ ବ୍ୟାହତ ହୋଇଥିଲା । ବିଦୁ୍ୟତ୍ କାଟ୍ ଯୋଗୁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ସେହିଭଳି ଲୋୟର ପିଏମ୍ଜିରେ ଆଇସିଟି ସ୍କୁଲ୍ କୋଅର୍ଡିନେଟରମାନେ ଧାରଣାରେ ବସିଥିଲେ । ଘୂର୍ଣ୍ଣିଝଡ଼ରେ ହଠାତ୍ ଗଛ ଭାଙ୍ଗି ଧାରଣାସ୍ଥଳରେ ପଡ଼ିଯିବାରୁ ୧୦ ଜଣ ଆନେ୍ଦାଳନକାରୀ ଆହତ ହୋଇଥିଲେ । ଆହତଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାସ୍ତାରୁ ଗଛଗୁଡ଼ିକ ହଟାଇବା ପାଇଁ ଅଗ୍ନିଶମ ଓ ଓଡ୍ରାଫ୍ ଟିମ ନିୟୋଜିତ ହୋଇଥିଲେ । ଭାଙ୍ଗିଯାଇଥିବା ଗଛଗୁଡ଼ିକୁ କାଟି ସଫା କରିବା ପାଇଁ ବହୁ ସମୟ ଲାଗିଥିଲା । ଆସନ୍ତା ୨୧ତାରିଖରୁ ପାଗରେ ପରିବର୍ତ୍ତନ ଆସିବା ସହ ତାପମାତ୍ରା ହ୍ରାସ ପାଇବ । ୨୩ରୁ ୨୫ ତାରିଖ ମଧ୍ୟରେ ଦୁର୍ବଳ ହୋଇଥିବା ମୌସୁମୀ ବାୟୁ ସକି୍ରୟ ହେବ । ଏହାର ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ । ୨୫ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ ରୂପ ନେଇପାରେ । ୨୫ରୁ ରାଜ୍ୟରେ ବହୁ ସ୍ଥାନରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୨.୩ଡିଗ୍ରୀ, ବାରିପଦାରେ ୪୨ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ତାଳଚେରରେ ୪୧.୯, ଅନୁଗୁଳରେ ୪୧.୭, ଚାନ୍ଦବାଲିରେ ୪୦.୮ଡିଗ୍ରୀ, କଟକରେ ୪୦.୧, ବାଲେଶ୍ୱରରେ ୪୦.୫, ବଲାଙ୍ଗୀରରେ ୪୦.୫, ଟିଟିଲାଗଡ଼ରେ ୪୦.୫, ଢେଙ୍କାନାଳରେ ୪୦.୨ଡିଗ୍ରୀ ତାପମାତ୍ରା ରହିଥିଲା ।

LEAVE A REPLY

Please enter your comment!
Please enter your name here