ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

0
63

ପୁରୀ:ପୁରୀରେ ଗତକାଲିଠାରୁ ଚାଲିଥିବା ବିଜେପିର ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନରେ ଯୋଗଦେବାପାଇଁ ଅମିତ ଶାହ। ଆଜି ଓଡ଼ିଶା ଆସୁଛନ୍ତି | ଅପରାହ୍ନ ୧୨ଟା ୩୦ ସୁଦ୍ଧା ଶାହ ପୁରୀରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।ଏଥିସହ ‘ଆଦିବାସୀ ଅଧିକାର’ ସମାବେଶକୁ ଅମିତ ଶାହ ଉଦ୍‌ବୋଧନ ଦେବେ। ଏହି ଅବସରରେ ଲକ୍ଷାଧିକ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ଓ ସୁରକ୍ଷା ପାଇଁ ଦାବି କରିବା ସହିତ ରାଜ୍ୟ ସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ବୋଲି ବିଜେପି ପକ୍ଷରୁ କୁହାଯାଇଛି।ଏହି ଅବସରରେ ପୁରୀରେ ବିରାଟ ଜନସମାବେଶକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

LEAVE A REPLY

Please enter your comment!
Please enter your name here