ବିନା ଲାଇସେନ୍ସରେ ଚାଲିଛି ଡଙ୍ଗା-ଭୁଟୁଭୁଟି-ଟ୍ରଲର

0
62

ଭଦ୍ରକ : ନିୟମ ଅଛି । ହେଲେ ଏହାକୁ କେହି ମାନୁନାହାନ୍ତି । ସମୁଦ୍ର ମଧ୍ୟକୁ ଯାଇ ମାଛ ଧରିବା ଜୀବିକା ହୋଇଥିଲେ ବି ସମସ୍ତ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି । ଏହାର ଏକ ଉଦାହରଣ ଭଦ୍ରକ ଜିଲ୍ଲାରେ ଦେଖିବାକୁ ମିଳିଛି । ବିନା ଲାଇସେନ୍ସରେ ଜିଲ୍ଲାର ସମୁଦ୍ରାଞ୍ଚଳ ଓ ନଦୀରେ ଶହ ଶହ ଡଙ୍ଗା ଚାଲିଥିବାବେଳେ ଏହି ବିପଦପୂର୍ଣ୍ଣ ଜଳଯାତ୍ରା ଉପରେ ଅଙ୍କୁଶ ଲଗାଯାଉନାହିଁ । ସେହିପରି ଧାମରାରେ ହଜାର ହଜାର ଟ୍ରଲର, ଭୁଟୁଭୁଟି ଓ ଡଙ୍ଗା ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଉଛନ୍ତି । ମାତ୍ର ଏମାନଙ୍କ ମଧ୍ୟରୁ ଅନେକ ଡଙ୍ଗା ବିନା ଲାଇସେନ୍ସରେ ଚାଲିଥିବା ଅଭିଯୋଗ ହେଉଛି । ଏସବୁର ତଦାରଖ ପାଇଁ ତଟସୁରକ୍ଷା ବାହିନୀ ନିୟୋଜିତ ଥିବା ସତ୍ତ୍ୱେ ଏଥିପ୍ରତି ଦୃଷ୍ଟି ଦେଉନଥିବା କୁହାଯାଉଛି । ଜଳପଥ ଦେଇ ଆତଙ୍କବାଦ ଲାଇସେନ୍ସବିହୀନ ଡଙ୍ଗାକୁ ଆୟୁଧ କରି ରାଜ୍ୟକୁ ପଶିବାକୁ ଯୋଜନା କରୁଛନ୍ତି । ତେଣୁ ଅନୁପ୍ରବେଶକାରୀଙ୍କ ପଥରୋଧ କରିବାକୁ ସରକାର ଲାଇସେନ୍ସ ବିହୀନ ଡଙ୍ଗା ଉପରେ ଅଙ୍କୁଶ ଲଗାଇଛନ୍ତି । ଏନେଇ ସମସ୍ତ ଉପକୂଳ ଅଞ୍ଚଳର ଜିଲ୍ଲାପାଳଙ୍କୁ ନିଦେ୍ର୍ଦଶନାମା ପଠାଯାଇ ସାମୁଦ୍ରିକ ସୀମାରେ ବିନା ଲାଇସେନ୍ସରେ ଯେମିତି କୌଣସି ଡଙ୍ଗା ଚାଲିବନି, ସେ ଦିଗରେ ଗୁରୁତ୍ୱ ଦିଆଯାଇଛି । ଡଙ୍ଗାଗୁଡିକୁ ସନେ୍ଦହଜନକ ଅବସ୍ଥାରେ ଦେଖିଲେ ତୁରନ୍ତ ଜବତ ସହ ଚାଳକଙ୍କୁ ଗିରଫ କରିବା ନେଇ ମେରାଇନ୍ ପୁଲିସ ଓ କୋଷ୍ଟଗାର୍ଡଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ଏନେଇ ଏକ ଜିଲ୍ଲାସ୍ତରୀୟ ଷ୍ଟାଣ୍ଡିଂ କମିଟି କରାଯାଇ ଜିଲ୍ଲାପାଳ, ଏସ୍ପି, ଜିଲ୍ଲା ମତ୍ସ୍ୟାଧିକାରୀ, ତଟରକ୍ଷୀ ବାହିନୀର କମାଣ୍ଡିଂ ଅଫିସର, କେନ୍ଦ୍ରୀୟ ଅବକାରୀ ଓ ବହିଃଶୁଳ୍କ ବିଭାଗର ଡେପୁଟି କମିଶନରଙ୍କୁ ସଦସ୍ୟ ଭାବେ ବଛାଯାଇଛି । ସେହିପରି ଲାଇସେନ୍ସ ପାଇଥିବା ଡଙ୍ଗାଗୁଡିକୁ ସମୁଦ୍ରକୁ ସମସ୍ତ କାଗଜପତ୍ର ସାଥିରେ ନେଇ ଯିବାକୁ ନିଦେ୍ର୍ଦଶ ରହିଛି । ଏସବୁ ସତ୍ତ୍ୱେ ଜିଲ୍ଲାରେ ନିୟମକୁ ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେଉଛି । ଧାମରା, ପଢୁଆଁ, କଶିଆ, ଚୂଡାମଣି ଘାଟରୁ ୫ ହଜାରରୁ ଊଦ୍ଧ୍ୱର୍ ଡଙ୍ଗା ସମୁଦ୍ରକୁ ମାଛ ଧରିବାକୁ ଯାଉଛନ୍ତି । ମାତ୍ର ବିନା ଲାଇସେନ୍ସରେ ଚାଲୁଥିବା ଡଙ୍ଗା ଉପରେ ମେରାଇନ୍ ପୁଲିସ ଓ କୋଷ୍ଟ ଗାର୍ଡ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନଥିବା କୁହାଯାଉଛି । ତେଣୁ ବେଆଇନ ଡଙ୍ଗା ଚାଳକମାନେ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ମାଛ ଧରିବାକୁ ପ୍ରଶୟ ଦେଉଛନ୍ତି । ଫଳରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ଅବାଧରେ ନିଶା କାରବାର ବଢ଼ୁଛି । ଯଦ୍ଦ୍ୱାରା ଏହି ଅବାଧ ପ୍ରବେଶ ଉପରେ ରୋକ୍ ଲଗାଯାଇପାରୁନାହିଁ । ସେପଟେ ଜିଲ୍ଲାର ଉପକୂଳ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ସଂଖ୍ୟା କ୍ରମଶଃ ବଢ଼ୁଥିବାବେଳେ ବେଆଇନ ଡଙ୍ଗା ଚାଳକଙ୍କ ଦ୍ୱାରା ମାସିକ ଲକ୍ଷଲକ୍ଷ ଟଙ୍କାର ଚୋରା କିରୋସିନି କାରବାର ଚାଲିଛି । ଏନେଇ ଜିଲ୍ଲା ଯୋଗାଣ ବିଭାଗ ଅବଗତ ଥିଲେ ବି ନିରବ ରହୁଛି । ଏଥିପ୍ରତି ପୁଲିସର କଡା ନଜର ନଥିବାରୁ ଧାମରା ଓ ଉପକୂଳ ଅଞ୍ଚଳ କ୍ରମଶଃ ଅସୁରକ୍ଷିତ ହୋଇପଡିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here