ପୋଲ ତଳକୁ ବାଇକ ଖସି ୨ ମୃତ

0
112

ବାଲେଶ୍ୱର: ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ପାଗାନଈ ପୋଲ ତଳକୁ ଖସିପଡ଼ି ୨ ବାଇକ ଆରୋହୀ ମୃତୁ୍ୟବରଣ କରିଛନ୍ତି । ମୃତ ଦୁଇ ଜଣ ସମ୍ପର୍କରେ ଶଳା ଓ ଭିଣୋଇ ଅଟନ୍ତି । ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଅଞ୍ଚଳର ସୁଦର୍ଶନ ହେମ୍ବ୍ରମ(୨୪) ତାଙ୍କ ଭିଣୋଇ ତଥା ସଦର ଥାନା ଅନ୍ତର୍ଗତ ପାଗାନଇ ଗ୍ରାମର କାୟା(୩୦)ଙ୍କ ସହିତ ଏକ ବାଇକରେ ଯାଉଥିବାବେଳେ ପାଗାନଈ ପୋଲ ଉପରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡ଼ିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତୁ୍ୟ ହୋଇଥିଲା ।

LEAVE A REPLY

Please enter your comment!
Please enter your name here