ମେରୁଦଣ୍ଡ ଚିକିତ୍ସା ସିଲ୍କ ଦ୍ୱାରା ସମ୍ଭବ

0
98

ବିଶୋଧକ ସିଲ୍କ ଦ୍ୱାରା କ୍ଷତିଗ୍ରସ୍ତ ମେରୁଦଣ୍ଡର ଚିକିତ୍ସା ସମ୍ଭବ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହାକୁ ମସ୍ତିଷ୍କ ଚିକିତ୍ସାରେ ମଧ୍ୟ ବ୍ୟବହାର କରାଯାଇ ପାରିବ। ଗୁରୁତର ମେରୁଦଣ୍ଡ କ୍ଷତ ଚିକିତ୍ସା ପାଇଁ କୌଣସି ପ୍ରଣାଳୀ ବାହାରି ନ ଥିବାବେଳେ ଏବେ ସିଲ୍କ ଦ୍ୱାରା ସହଜରେ ଏହା କରାଯାଇ ପାରିବ ବୋଲି ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ଗବେଷକ କହିଛନ୍ତି। ଏଥିପାଇଁ ଆନ୍ଥ୍ରେଆ ପେରିନୟାଲ(ଏପି) ସିଲ୍କର ଉପଯୋଗ କରାଯାଇଥାଏ। ଏହା ଜଳାପୋଡାକୁ କମ୍‌ କରିବା ସହିତ କ୍ଷତକୁ ଶୀଘ୍ର ଭରଣା କରିଥାଏ। ପୃଥିବୀରେ ପ୍ରତିବର୍ଷ ଅଢ଼େଇରୁ ପାଞ୍ଚ ଲକ୍ଷ ଲୋକଙ୍କର ବିଭିନ୍ନ କାରଣରୁ ମେରୁଦଣ୍ଡରେ କ୍ଷତ ସୃଷ୍ଟି ହୋଇଥାଏ। ଏହା ପରବର୍ତ୍ତୀ ସମୟରେ ମୋଟାର୍‌ ଓ ସେନସର୍‌ ସ୍ନାୟୁର ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ। ଦୀର୍ଘଦିନ ଧରି ଏହି ସମସ୍ୟା ଳାଗି ରହିଲେ ମୁତ୍ରାଶୟ, ଅନ୍ତନଳୀ ଓ ଯୌନାଙ୍ଗକୁ ପ୍ରଭାବିତ କରିଥାଏ। ଏପି ସିଲ୍କର ଉପଯୋଗ କରି ମେରୁଦଣ୍ଡ ଚିକିତ୍ସା ସହଜରେ କରାଯାଇ ପାରିଥାଏ ବୋଲି ଆବେରଡେନ୍‌ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଓ୍ବେନଲଙ୍ଗ୍‌ ହୁଆଙ୍ଗ୍‌ କହିଛନ୍ତି। ଆଧୁନିକ ଚିକିତ୍ସା ବିଜ୍ଞାନରେ ବିଭିନ୍ନ ଭେଷଜ ଔଷଧ ପ୍ରସ୍ତୁତିରେ ସିଲ୍କର ବ୍ୟବହାର କରାଯାଇ ସୁଫଳ ମିଳିପାରୁଥିବା ହୁଆଙ୍ଗ୍‌ କହିଛନ୍ତି।

LEAVE A REPLY

Please enter your comment!
Please enter your name here