ସୁକିନ୍ଦା ବିଜେପିକୁ ଦୃଢ ସମର୍ଥନ ଦେଉଛି ସୁକିନ୍ଦାର ବିଜେପି ଯୁବମୋର୍ଚା

0
413

 

ସୁକିନ୍ଦା:ପୂର୍ବରୁ ସ୍ୱାଧୀନ ପାର୍ଥି ଭାବେ ଛିଡା ହୋଇ ପରାଜୟ ବରଣ କରିଥିବା ପ୍ରଦୀପ ବଳ ସାମନ୍ତ ଆଗାମୀ ୨୦୧୯ ନିର୍ବାଚନ ରେ ବିଜେପି ଦଳ ତରଫରୁ ନିର୍ବାଚନ ଲଢ଼ିବାକୁ ମନ ବଳାଇଛନ୍ତି l ଆଗାମୀ ନିର୍ବାଚନ ପାଇଁ ସେ ପୁରା ପ୍ରସ୍ତୁତ ଥିବା ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି l ସୁକିନ୍ଦାର ୪୮ ଟି ପଞ୍ଚାୟତରେ ସେ ପହଞ୍ଚି ନିଜର ସଂଗଠନକୁ ଦୃଢ କରୁଥିବାର ଦେଖିବାକୁ ମିଳୁଛି l ବିଶେଷ କରି ଯୁବକ ମାନେ ଶାସକ ଦଳ ଓ କଂଗ୍ରେସ ଦଳର କାର୍ଯ୍ୟରେ ଅତିଷ୍ଠ ହୋଇ ସୁକିନ୍ଦାର ଆଦର୍ଶବାଦୀ ବିଜେପି ନେତା ପ୍ରଦୀପ ବଳ ସାମନ୍ତଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଉଥିବା ନେଇ ସୁକିନ୍ଦାର କିଛି ଯୁବକ ସ୍ପଷ୍ଟୀକରଣ ଦେଇଛନ୍ତି l ତେବେ ସବୁଠାରୁ ବଡ଼କଥା ହେଉଛି ଏଥିପାଇଁ ସୁକିନ୍ଦା ବିଜେପି ଯୁବମୋର୍ଚା ପ୍ରଦୀପ ବଳ ସାମନ୍ତଙ୍କୁ ଦୃଢ଼ ସମର୍ଥନ ଦେବା ସହିତ ନିଃସ୍ୱାର୍ଥପର ଭାବେ ଗାଁ ରୁ ଗାଁ ବୁଲି ବିଜେପି ସଂଗଠନକୁ ମଜବୁତ କରିବାରେ ପ୍ରଦୀପ ବଳ ସାମନ୍ତଙ୍କ ସାଥ୍ ଦେଉଛି l

LEAVE A REPLY

Please enter your comment!
Please enter your name here