ଚୌଦ୍ବାର ଅଞ୍ଚଳରେ ସେକ୍ସ ରାକେଟ୍ ଠାବ:ଫାର୍ମ ହାଉସରେ ଚ।ଲିଥିଲ। ଦେହ ବ୍ୟବସାୟ

0
215

କଟକ : ଗତକ।ଲି ର।ତି କଟକ ଚୌଦ୍ବାର ଥାନା ଅଂଚଳରେ ଗୋଟିଏ ସେକ୍ସ ରାକେଟ୍ ଠାବ କରିଛି ପୋଲିସ । ଚୌଦ୍ବାର ମଣ୍ଡପଡା ମହାନଦୀ କୂଳରେ ଅବସ୍ଥିତ ଏକ ଫାର୍ମ ହାଉସରେ ସେକ୍ସ ରାକେଟ୍ ଚାଲୁଥିବା ଖବର ପାଇ କଟକ ଡିସିପିଙ୍କ ସ୍ବତନ୍ତ୍ର ଟିମ୍ ରାତିରେ ଚଢ଼ାଉ କରି ଏହି ର।କେଟକୁ ଧରିବାରେ ସଫଳ ହୋଇ ଥିବାବେଳେ ଫାର୍ମ ହାଉସର କେୟାର ଟେକର ଅସହଯୋଗ କରିବାରୁ କିଛି ଯୁବକ ଓ ଯୁବତୀ ସେଠାରୁ ଖସି ଯାଇଥିଲା । ପୋଲିସ ସେଠାରୁ ଜଣେ ଯୁବତୀ ଓ ୨ଜଣ ଯୁବକକୁ ଧରିବାରେ ସକ୍ଷମ ହୋଇଥିବାର ସୂଚନା ମିଳିଛି । ଖବର ମୁତାବକ ଫାର୍ମ ହାଉସଟି କଟକର ଜଣେ ପ୍ରତିଷ୍ଠିତ ଲୋକଙ୍କର ବୋଲି ଜଣାପଡ଼ିଛି। ସମ୍ପୃକ୍ତ ଲୋକ ଜଣକ ଘଟଣାକୁ ଚାପିଦେବାକୁ ଉଦ୍ୟମ ଆରମ୍ଭ ଚଳ।ଇଛନ୍ତି ।ବହୁତ ଦିନ ଧରି ଏହି ଫାର୍ମ ହାଉସରେ ଏହି ରାକେଟ୍ ଚାଲୁଥିବା ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here