ଡ଼େରିରେ ଚେତିଛନ୍ତି ସରକାର :ସ୍କୁଲ ବସ୍ ନିୟମ ହେବ କଡ଼ାକଡ଼ି

0
69

ଭୁବନେଶ୍ୱର:ସ୍କୁଲ ବସରେ ଚାଲିଛି ବିପଦସଙ୍କୁଳ ପରିବହନ । ସ୍କୁଲ ବସ୍ ନାମରେ ଅଟୋ ଓ ଛୋଟ ଗାଡ଼ିରେ ପିଲାଙ୍କୁ ପଣ୍ୟ ପରି ବୁହା ଚାଲିଛି । ଯେଉଁ ଗାଡ଼ିରେ ୪ଜଣ ବସିବା କଥା ସେଠି ବସାଯାଉଛି ୧୦ ଜଣଙ୍କୁ । ଛୋଟ ଅଟୋ କିମ୍ବା ଭ୍ୟାନ ଭିତରେ ପିଲାଙ୍କୁ ଖୁନ୍ଦି ଭର୍ତି କରାଯାଉଛି । ଏଥିପାଇଁ ଆଇନ ଅଛି । ବିଦ୍ୟାଳୟ ଛାତ୍ର ପରିବହନ ନୀତି-୨୦୧୬ ରହିଛି । କିନ୍ତୁ ତଦାରଖ କରାଯାଉନାହିଁ । ଡ଼େରିରେ ଚେତିଛନ୍ତି ସରକାର । ଉପସଚିବ ଅଶୋକ କୁମାର ଷଢଙ୍ଗୀ ସମସ୍ତ ଆରଟିଓଙ୍କୁ ଚିଠି ଲେଖି ନିୟମକୁ କଡ଼ାକଡ଼ି ତଦାରଖ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ସ୍କୁଲ ବସ ହଳଦିଆ ରଙ୍ଗ ରହିବ । ସାମ୍ନା ଓ ପଛପଟେ ସ୍କୁଲ ବସ୍ ଲେଖାଯିବ । ଝରକାକୁ ଲୁହା ଗ୍ରୀଲରେ ଆବଦ୍ଧ କରାଯିବ । ଗାଡ଼ିର ଫିଟନେଓ ପରମିଟ ରହିବ । School Busଅଗ୍ନି ର୍ନିବାପକ ଯନ୍ତ୍ର, ପ୍ରାଥମିକ ଚିକିତ୍ସା ବକ୍ସ ସହ ବସରେ ପିଲାଙ୍କ ସହ ସ୍କୁଲର ଜଣେ କର୍ମଚାରୀ ରହିବେ । ଗାଡ଼ିର ବେଗ ୪୦ କିମିରୁ ଅଧିକ ହେବନି । ସୁପ୍ରିମକୋର୍ଟ ବହୁ ଆଗରୁ ଏ ନିର୍ଦ୍ଧେଶ ଦେଇଛନ୍ତି । ଏହାକୁ ଯେଭଳି ପାଳନ ହେବ ତାହା ଅନୁଧ୍ୟାନ କରାଗଲେ ସ୍କୁଲ ଯାତ୍ରା ବିପଦ ସଙ୍କୁଳ ହୁଅନ୍ତା ନାହିଁ । ଖିଲାଫକାରୀଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଦଣ୍ଡ ବ୍ୟବସ୍ଥା ଲାଗୁ କରାଯିବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here