ଶବ ସକ୍ରାରକୁ ନେଇ ତୁମୁଳକାଣ୍ଡ

0
66

କାକଟପୁର: ଶବ ସକ୍ରାରକୁ ନେଇ ଅସ୍ତରଙ୍ଗଥାନା ଅନ୍ତର୍ଗତ ଛେଳିଗୁଆଳି ଓ କଣ୍ଟେଇମୁଣ୍ଡୁଳିଗାଁ ମଧ୍ୟରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି । ଛେଳିଗୁଆଳିର କଞ୍ଚନ ବେହେରା ନାମ୍ନୀ ବୃଦ୍ଧାଙ୍କ ମଙ୍ଗଳବାର ସନ୍ଧ୍ୟାରେ ମୃତୁ୍ୟ ହୋଇଥିଲେ ବି ଏଯାବତ୍ ତାଙ୍କର ସକ୍ରାର ହୋଇପାରିନାହିଁ । ଛେଳିଗୁଆଳି ଗ୍ରାମବାସୀଙ୍କ ଶ୍ମଶାନକୁ କଣ୍ଟେଇମୁଣ୍ଡୁଳୀ ଗ୍ରାମବାସୀ ନିଜର ବୋଲି ଦାବି କରୁଛନ୍ତି । ଗୋଟିଏ ପଟର ଲୋକେ ଶବ ସକ୍ରାର କରିବାକୁ ଜିଦ୍ ଧରି ବସିଥିବାବେଳେ ଅନ୍ୟ ପଟର ଲୋକେ ଶବ ସକ୍ରାର କରାଇ ଦେଉନାହାନ୍ତି । ଫଳରେ ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଉଗ୍ରରୂପ ଧାରଣ କରିଛି । ଖବର ପାଇ ଅସ୍ତରଙ୍ଗ ଅତିରିକ୍ତ ତହସିଲଦାର ଜନ୍ମେଜୟ ସାହୁ, ଥାନା ଆଇଆଇସି ସୁମତୀ କୁମାରୀ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ ବି କୌଣସି ସୁଫଳ ମିଳିନି । ବରଂ ଉଭୟ ଗ୍ରାମବାସୀ ନିଜ ନିଜ ଜିଦ୍ରେ ଅଟଳ ରହିଛନ୍ତି । ସେପଟେ ପରିସ୍ଥିତି ଅଣାୟତ୍ତ ଥିବାରୁ ଘଟଣାସ୍ଥଳରେ ପୁଲିସ ଫୋର୍ସ୍ ମୁତୟନ କରାଯାଇଛି । ମାତ୍ର ସ୍ଥାନୀୟ ଶତାଧିକ ମହିଳା ପୁଲିସ ଫୋସର୍୍ ଉପରକୁ ପାଣିମାଡ କରିବାରୁ କିଛି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧିକ ଫୋର୍ସ ମୁତୟନ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here