ଦଳୀୟ କର୍ମୀଙ୍କ ସନ୍ତୁଷ୍ଟିକରଣ ପାଇଁ ଆଖି ବନ୍ଦ କରି ଦେଇଛନ୍ତି ରେଙ୍ଗାଳି ଡ୍ୟାମ କେନାଲ ଅଧିକାରୀ

0
318

ପରଜଙ୍ଗ 🙁 ଜିତେନ୍ଦ୍ର ବେହେରା ) ବିଜେଡି କର୍ମୀଙ୍କୁ ସନ୍ତୁଷ୍ଟିକରଣ ପାଇଁ ରେଙ୍ଗାଳି ଡ୍ୟାମ କେନାଲର ଅଧିକାରୀ ଆଖି ବନ୍ଦ କରି ନିମ୍ନମାନର କାମ ପାଇଁ ଠିକାଦାରଙ୍କୁ ସହଯୋଗ କରୁଛନ୍ତି । ଏଠାରେ ସୂଚନା ଥାଉ କି ରେଙ୍ଗାଳି ବାମ କେନାଲରୁ ଏକ ମାଇନର କେନାଲ ଧୋବାବାହାଳି ଠାରୁ ଆଞ୍ଚଳିକ ମହାବିଦ୍ଯାଳୟ ଦେଇ ଶ୍ରୀମୂଳା ଓ କଣ୍ଟାପାଳ ଲୋକଙ୍କ ଜମି ଜଳସେଚନ ପାଇଁ ଗତ ବର୍ଷ ହୋଇଛି । ଯାହାର କିଛି ଅଂଶ ଏବେ ବି କାମ ଚାଲୁଅଛି କିନ୍ତୁ ବିଡମ୍ବନାର ବିଷୟ ଗତ ବର୍ଷର କାମ ନିମ୍ନମାନର ହୋଇଥିବାରୁ କେନାଲର କଂକ୍ରିଟ୍ ପ୍ରାୟ ଜାଗାରେ ଉଠିଯାଇଛି। ଅଧିକାରୀଙ୍କୁ ପଚାରିଲେ କହୁଛନ୍ତି  ଆମର ଷ୍ଟାଫ୍ କମ ଏତେ ବଡ କାମକୁ ତଦାରଖ କରିବା ସମ୍ଭବ ନୁହେଁ । ହେଲେ ଯନ୍ତ୍ରୀ ମହୋଦୟ ବିଲ କଲାବେଳେ ସେ କେନାଲ ପରିଦର୍ଶନରେ ଯାଇଥିଲେ କି ନାହିଁ ? ଯଦି ଯାଇଥିଲେ ସେ କଣ ଏହି କାମ ଦେଖି ପାରିନଥିଲେ ? ଗୁଣବାର୍ତ୍ତା ତଦାରଖ କରୁଥିବା ଅଧିକାରୀଙ୍କୁ ପଚାରିଲେ କହୁଛନ୍ତି କି ସେ ଏ ବିଷୟରେ ବିଭାଗକୁ ଜଣାଇଦେଇଛନ୍ତି। 71.31କିଲୋମିଟର ଅନୁମାନିକ ଦୈର୍ଘ୍ଯ ବିଶିଷ୍ଟ ରେଙ୍ଗାଳି ଡ୍ୟାମ କେନାଲ ଢେଙ୍କାନାଳ, ଯାଜପୁର ଓ କେଉଁଝର ଜିଲ୍ଲାର ଜମିକୁ ଜଳ ସେଚିତ କରିବା ପାଇଁ ପ୍ରାବଧାନ ହୋଇଛି। ଏହି ଯୋଜନାର ଅଟକଳ ରାଶି 2200 କୋଟି ଟଙ୍କା ଯେଉଁଥିରେ ଜାପାନର ଏକ JICA (Japan International Cooperation Agency) କମ୍ପାନୀ 1700 କୋଟି ଋଣ ଦେଇଛି। ପ୍ରଶ୍ନ ଉଠୁଛି ବିଦେଶରୁ ଋଣ କରି ଯେଉଁ ପ୍ରକଳ୍ପରେ ବିନିଯୋଗ ହେଉଛି ଯଦି ତାହା ସଫଳ ନହେଲା ସେ ଋଣ ସରକାର ଶୁଝିବେ କିପରି? କେନାଲ ଥିବ ପାଣି ନଥିବ; ସରକାର ଜଳସେଚିତ ଜମି ନାଁରେ ଚାଷୀଙ୍କ ଠାରୁ କର ଆଦାୟ କରିବ । ବେଳ ଥାଉ ସତର୍କତା ଅବଲମ୍ବନ ହୋଇ ନାହିଁ ସେ ସମୟ ଆଉ ଦୂର ନୁହେଁ ଏହି ତିନୋଟି ଜିଲ୍ଲାରେ ଲୋକ କେତେ ଉପକୃତ ହେବେ ନିଜେ ଅଙ୍ଗେ ଲିଭାଇବେ ।2021 ପୂର୍ବରୁ କେନାଲ ସମ୍ପୂର୍ଣ୍ଣ ହୋଇଯିବ ବୋଲି ସଚିବ କହୁଛନ୍ତି।  ସୂଚନା ମୂତାବକ ଏହି କାମ ନେଇଥିବା ମୁଖ୍ୟ ଠିକାଦାର ମନ୍ତ୍ରୀଙ୍କ ପରାମର୍ଶରେ ପ୍ରତ୍ଯେକ ଗାଆଁର ବିଜେଡି କର୍ମୀଙ୍କୁ ମଦ ମାଂସ ସହିତ କିଛି ମୁନାଫା ଦେଇଥିବା ଅଭିଯୋଗ ହେଉଛି । ଠିକାଦାରମାନଙ୍କ ନିମ୍ନମାନର କାମ କେନାଲର ସ୍ଥାୟିତ୍ବ ଉପରେ ବିରାଟ ପ୍ରଶ୍ନ ସୃଷ୍ଟି କରିଛି । ତାହାର ଜଳ୍ବନ୍ତା ଉଦାହରଣ ହେଉଛି ଏହି କଂକ୍ରିଟର ମାନ ଓ ବିଭାଗୀୟ ଅଧିକାରୀଙ୍କ ମନ୍ତବ୍ୟ

LEAVE A REPLY

Please enter your comment!
Please enter your name here