ତ୍ରିକୋଣ ପ୍ରେମର ବର୍ବରତା

0
2

 

ରାୟଗଡା:(  ମୃତ୍ୟୁଞ୍ଜୟ ନନ୍ଦ )ରାୟଗଡା ସହରରେ କୁସ୍ତୁରୀ ନଗର ଠାରେ ଗତ୧୬/୬/୧୯ରେ ହୋଇଥିବା କଲେଜ ଛାତ୍ର ମର୍ଡର ଗୁମର ଖୋଲିଛି ରାୟଗଡା ପୋଲିସ।  ଘଟଣା ମୁତାବକ ଗତ୧୬/୬/୧୯ରିଖ ରାତ୍ରରେ କୁସ୍ତୁରୀ ନଗର ଠାରେ ଘଣ୍ଟ ପର୍ବର ସେସଦିନ ଥଲା।ତାର ସୁଯୋଗ ନେଇ ଦୁର୍ବୁତ୍ତ ମାନେ ଘଟାଇ ଥିଲେ ଏହି କାଣ୍ଡ।ମୃତ ଯୁବକଙ୍କୁ ସାଙ୍ଗରେ ଡାକି ନେଇ ଥିଲେ ସାହି ପାଖରୁ ୨କିଲୋମିଟର ଦୂରଏକ ନିରୋଳା ସ୍ଥାନକୁ ନେଇଯାଇଥିଲେ ବାଇକରେ।ଏବଂ ସେଠାରେ ଆଗରୁ ଅପେକ୍ଷା ରେ ଥିବା ଅନ୍ୟ ୩ଜଣ ନାବାଳକ  ସମେତ ଅନ୍ୟ ଦୁଇଜଣ ମିଶି ଜଣ ମିଶି ଯୁବକଙ୍କୁ ୨ଘଣ୍ଟା କାଳ ନିସ୍ତୁବୁ ମାଡ଼ ମାରିଥିଲେ ଶେଷରେ ମୁର୍ମୁସ ହୋଇଯାଇଥିଲେ ଯୁବକ।ତାପରେ ସେମାନେ ଉକ୍ତ ଛାତ୍ର ଙ୍କୁ କୁସ୍ତୁରୀ ନଗର ସ୍ଥିତ ଏକ ମାର୍କେଟ କେମ୍ପେସ ପାଖରେ ଫୋପାଡ଼ି ଦେଇ ଚାଲିଯାଇଥିଲେ । ଘଟଣା ଘଟିଥିଲା ଏକ ତ୍ରିକୋଣ ପ୍ରେମ କାହାଣୀ ରୁ ସ୍ଥାନୀୟ ଏକ ଝିଅ କୁ ଭଲପାଉ ଥିଲେ ମୃତକ ଏମ ସୁରେଶ। ସେହି ଝିଅକୁ ଅନ୍ୟ ଦୁଜ ଜଣ ମଧ୍ୟ ଭଲପାଉଥିଲେ ନିରଞ୍ଜନ ବିଡିକା ଓ ପି ପବନ କଲ୍ୟାଣ।ଯାହାକୁ କେନ୍ଦ୍ର କରି ଘଟି ଥିଲା ଏହି ନlରକୀୟ କାଣ୍ଡ।ଆଜି ତା୨୦/୬/୧୯ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡା ଜିଲ୍ଲା SP ଶ୍ରୀ ସରବନା ବିଭେକ ଏମ ଏବଂ ଏହି ପୃକୃତ ଘଟଣା କୁ ବୟାନ କରିଛନ୍ତି।ଏମାନଙ୍କୁ ଧରିବାପାଇଁ ଇଣ୍ଟେଲିଯେନିସି, ଟେକିନିକାଳୀ ଓ ସିସିଟିଭି ଫୁଟେଜ ର ସାହାୟତl ନେଇ ଥିଲେ ବୋଲି କହିଛନ୍ତି ରାୟଗଡା SP।ଏମାନଙ୍କ ପାଖରୁ ଦୁଇଟି ବାଇକ ଜବଦ କରାଯାଇଛି ଯାହାକୁ ଏମାନେ ଉକ୍ତ କାର୍ଯ୍ୟରେ ଉପଯୋଗ କରିଥିଲେ। ଅଭିଯୁକ୍ତଙ୍କୁ ଜୁଭେନାଲ କୋର୍ଟ ପଠାଇ ଦିଆଯାଇଛି |

LEAVE A REPLY

Please enter your comment!
Please enter your name here