ଗରିବଙ୍କୁ ମାଗଣା ଚିକିତ୍ସା: ସୁପ୍ରିମକୋର୍ଟ

0
102

ନୂଆଦିଲ୍ଲୀ: ରାଜଧାନୀରେ ଥିବା ମୁଲ୍‌ଚନ୍ଦ ହସ୍ପିଟାଲ ମାମଲାରେ ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ରାଜଧାନୀର ସରକାରୀ ଜମି ଉପରେ ନିର୍ମାଣ କରାଯାଇଥିବା ସମସ୍ତ ଘରୋଇ ହସ୍ପିଟାଲ ଏଣିକି ଗରିବଙ୍କୁ ମାଗଣାରେ ଚିକିତ୍ସା ପ୍ରଦାନ କରିବ ବୋଲି କହିଛନ୍ତି କୋର୍ଟ। ହସ୍ପିଟାଲରେ ଥିବା ବେଡ୍‌ ସଂଖ୍ୟାର ୨୫ ପ୍ରତିଶତ ଗରିବଙ୍କୁ ଯୋଗାଇ ଦିଆଯିବ। ସେହିପରି ଓପିଡିରେ ୨୫ ଓ ଆଇପିଡିରେ ୧୦ ପ୍ରତିଶତ ଗରିବ ରୋଗୀଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ କୋର୍ଟ ଉକ୍ତ ହସ୍ପିଟାଲ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଅବମାନନା କଲେ ହସ୍ପିଟାଲର ଲାଇସେନ୍ସ ରଦ୍ଦ କରାଯିବ।

LEAVE A REPLY

Please enter your comment!
Please enter your name here