ପାଟଣାଗଡ ବିଧାୟକ ସରୋଜ ମେହେର ଅଟକ

0
2

ପାଟଣାଗଡ: ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ କରି ଚର୍ଚ୍ଚାରେ ଥିବା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଥିବା ସୂଚନା ମିଳିଛି । ଆଜି ସକାଳ ସମୟରେ ପୋଲିସ ତାଙ୍କୁ ନୂଆପଡାରୁ ଆଣି ପାଟଣାଗଡରେ ଜେରା କରୁଥିବା ବେଳେ ଆଜି ସେ ଗିରଫ ହୋଇ କୋର୍ଟରେ ହାଜର ପାରନ୍ତି ବୋଲି ସୂଚନା ମିଳିଛି ।ଉଲ୍ଲେଖଯୋଗ୍ୟ ଯେ, ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ନିର୍ମାଣାଧୀନ ରାସ୍ତାର କାର‌୍ୟ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍ ମଧ୍ୟରେ ଶହେ ଥର ଉଠ୍ବସ୍ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଠବସ ନ ହେଲେ ଲୋକେ ମାଡ଼ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here