ଜେଲ ଭିତରେ ନିଜର ତଣ୍ଟି କାଟିଲା ଅଭିଯୁକ୍ତ

0
82

ଚୌଦ୍ୱାର: ଟାଙ୍ଗୀ ଥାନା ହାଜତରେ ଜଣେ ଅଭିଯୁକ୍ତ ନିଜର ତଣ୍ଟି କାଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସମ୍ପୃକ୍ତ ଅଭିଯୁକ୍ତ ଜଣକ ଏକ ଧାରୁଆ ଅସ୍ତ୍ରରେ ନିଜର ତଣ୍ଟି କାଟି ଦେଇଥିବା ଜଣାଯାଇଛି । ଅଭିଯୁକ୍ତ ଜଣକ ହେଉଛନ୍ତି ଗୋକୁଳପୁରର ବଳରାମ ନାୟକ । ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ପୁଲିସ ତାଙ୍କୁ ମଙ୍ଗଳବାର ଠାରୁ ଗିରଫ କରି ହାଜତରେ ରଖିଥିଲା ।  ତେବେ ଆଜି ବଳରାମଙ୍କୁ ରକ୍ତାକ୍ତ ଅବସ୍ଥାରେ ହାଜତରୁ ଠାବ କରାଯାଇଥିଲା ।  ଗୁରୁତର ଅବସ୍ଥାରେ ବଳରାମଙ୍କୁ କଟକ ଏସସିବି ମେଡିକାଲ କଲେଜକୁୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ତେବେ ହାଜତ ଭିତରେ ବଳରାମ କିଭଳି ଏପରି କାଣ୍ଡ ଭିଆଇଲା ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।

LEAVE A REPLY

Please enter your comment!
Please enter your name here