ଏଣିକି ଓଡିଆରେ ରେଳ ଟିକଟ

0
74
ଯାତ୍ରୀଙ୍କୁ ଏଣିକି ଓଡିଆଭାଷାରେ ମୁଦ୍ରିତ ରେଳ ଟିକଟ ମିଳିବ । ଆସନ୍ତା ଉତକଳ ଦିବସରୁ ରେଳବାଇ ଓଡିଆ ଭାଷାରେ ଟିକଟ ଯୋଗାଇବା ଲାଗି ପ୍ରସ୍ତୁତ ହୋଇଛି । ଇଂରାଜୀ ଓ ହିନ୍ଦୀ ଲିପି ବ୍ୟତୀତ ଓଡ଼ିଆ ସହିତ ଅନ୍ୟାନ ଆଞ୍ଚଳିକ ଭାଷା ବା ଲିପିରେ ଟ୍ରେନ ଟିକେଟ ଉପଲବ୍ଧ କରାଇବାପାଇଁ ରେଳବାଇ ପକ୍ଷରୁ ସ୍ଥିର କରାଯାଇଥିଲା I ଏଥିପାଇଁ, ଭାରତୀୟ ରେଳବାଇ ଏହାର ସମସ୍ତ ଷ୍ଟେସନ୍କୁ ଓଡ଼ିଆ ଲିପିରେ ଉପଲବ୍ଧ କରାଇବାକୁ ପ୍ରଣାଳୀ ଶେଷ କରିଛି I ଓଡିଶା ମଧ୍ୟରେ ଥିବା ପୂର୍ବତଟ, ଦକ୍ଷିଣ ପୂର୍ବ ଓ ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ସମସ୍ତ ୩୧୭ ଷ୍ଟେସନ ରୁ ଓଡ଼ିଆ ଲିପିରେ ଟ୍ରେନ ଟିକେଟ ବ୍ୟବସ୍ଥା କରିବାକୁ ଯାଉଅଛି I

କ୍ରିସ ଦ୍ୱାରା ବୈଷୟିକ ସହାୟତା ସହିତ ରେଳ ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ଦେଶର ୮ ହଜାର ରୁ ଉର୍ଦ୍ଧ ରେଳଷ୍ଟେସନ ନାମ କୁ ଓଡ଼ିଆ ଲିପି ସହିତ ସଂଯୋଗ କରିଛି I ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଷ୍ଟେସନ ଗୁଡିକର ଭାଷାଗତ ଉଚ୍ଚାରଣ କୁ ଦୃଷ୍ଟିରେ ରଖି ପ୍ରାନ୍ତୀୟ ରେଳ ଷ୍ଟେସନ ଗୁଡିକର ଓଡ଼ିଆ ଲିପିରେ ନାମକରଣ କରାଯାଇଅଛି I ଓଡିଶା ରାଜ୍ୟ ମଧ୍ୟରେ ଥିବା ରେଳ ଷ୍ଟେସନ ଗୁଡିକ ଟିକେଟ କାଉଣ୍ଟରରୁ ଅଣସଂରକ୍ଷିତ ଟିକେଟ ପାଇଁ ପ୍ରଥମେ ଏହାକୁ ଉପଲବ୍ଧ କରାଯାଉ ଅଛି I

ଏଣୁ, ବହୁ ଓଡ଼ିଆ ଟ୍ରେନ ଯାତ୍ରୀ ଯେଉଁ ମାନେ ଇଂରାଜୀ କିମ୍ବା ହିନ୍ଦୀ ଲିପିରେ ଥିବା ଟ୍ରେନ ଟିକେଟ ପଢିବାକୁ ସକ୍ଷମ ନୁହନ୍ତି ଏବଂ ଯେଉଁମାନେ ସେମାନଙ୍କର ଉତ୍ପତି ଓ ଗନ୍ତବ୍ୟ ଷ୍ଟେସନ ସହିତ କେଉଁ ଶ୍ରେଣୀ ରେ ଯାତ୍ରା କରୁଛନ୍ତି ତାକୁ ଟ୍ରେନ ଟିକେଟ ରେ ଜାଣିବା ପାଇଁ ଏହି ଓଡ଼ିଆ ଲିପି ସେମାନଙ୍କୁ ବହୁତ ସହାୟକ ହୋଇପାରିବ I

ଡିଜିଟାଲ ଭାରତ ରେ ଭାରତୀୟ ରେଳବାଇ ଦେଶର ସର୍ବ ବୃହତ ସେବା ପ୍ରଦାନକାରୀ ସଂସ୍ଥା ଆଞ୍ଚଳିକ ଭାଷା ଓ ଲିପି ମାଧ୍ୟମରେ ଟ୍ରେନ ଟିକେଟ ରେ ସୂଚନା ଦେବାକୁ ଯାଉଅଛି ଯାହାକି ଏହା ଏକ ଲୋକ ମାନଙ୍କର ଭାଷା ବା ଲିପି ଅଟେ I ଓଡ଼ିଆ ଲିପିରେ ଟ୍ରେନ ଟିକେଟ ପ୍ରଚଳନକୁ ଆସନ୍ତା ଏପ୍ରିଲ ମାସ ପହିଲା (ଓଡିଶା ଦିବସ) ଠାରୁ ଲାଗୁ କରିବାକୁ ରେଳବାଇ ପକ୍ଷରୁ ସ୍ଥିର କରାଯାଇଅଛି I

LEAVE A REPLY

Please enter your comment!
Please enter your name here