ମାସୁଦ ଆଝାର ମୃତ୍ୟୁ !

0
263

ନୂଆଦିଲ୍ଲୀ: ଆତଙ୍କୀର ସୌଦାଗର ମୌଲାନା ମାସୁଦ ଆଝାର ଆରପାରିରେ । ଜୈଶ-ଇ-ମହମ୍ମଦ (ଜେଇଏମ)ର ମୁଖିଆ ମାସୁଦ ଆଝାରର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଯଦିଓ ପାକିସ୍ତାନ ସରକାରଙ୍କ ପକ୍ଷରୁ ଏ ନେଇ ଅଫିସିଆଲ୍ ଘୋଷଣା ହୋଇନାହିଁ, ତେବେ ପାକିସ୍ତାନର ଲୋକାଲ୍ ମିଡିଆ ରିପୋର୍ଟ ମୁତାବକ ଆତଙ୍କୀର ସୈତାନ୍ ଆଝାରର ପରଲୋକ ହୋଇଛି ।

ରିପୋର୍ଟ ମୁତାବକ, ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ସ୍ଥିତ ଜୈଇଏମ୍ ଆଡ୍ଡାରେ ହୋଇଥିବା ଏୟାର ଷ୍ଟ୍ରାଇକରେ ମାସୁଦ ଗୁରୁତର ଭାବେ ଆହତ ହୋଇଥିଲା ଏବଂ ପାକିସ୍ତାନ ସେନା ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ।
ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କର ଆଖଡାଶାଳ ଖୋଲିଥିବା ଜେଇଏମର ପ୍ରତିଷ୍ଠାତା ହେଉଛି ମାସୁଦ ଆଝାର । ଭାରତରେ ଘଟିଥିବା ଏକାଧିକ ବିସ୍ଫୋରଣ ଏବଂ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ମାସୁଦ ଆଝାର ।

LEAVE A REPLY

Please enter your comment!
Please enter your name here