ଗୋଟିଏ ଦିନରେ ‘ବନ୍ଦେ ଭାରତ’ ଏକ୍ସପ୍ରେସରେ ଯାନ୍ତ୍ରିକ ତ୍ରୁଟି

0
105

ନୂଆଦିଲ୍ଲୀ:ଭାରତରେ ଆରମ୍ଭ କରାଯାଇଥିବା ସେମି ହାଇସ୍ପିଡ ଟ୍ରେନ୍‌ ‘ବନ୍ଦେ ଭାରତ’ ଏକ୍ସପ୍ରେସକୁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିଲେ। ହେଲେ ଏଥିରେ ଆଜି ଏଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି । ବାରଣାସୀରୁ ଫେରିବା ସମୟରେ ଦିଲ୍ଲୀରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଛି। ହଠାତ୍‌ କେତେକ ବଗିର ବ୍ରେକ୍‌ ଜାମ୍‌ ହୋଇଯିବା ସହ କେତୋଟି ବଗିର ଲାଇଟ୍‌ କଟିଯିବା ଫଳରେ ଏହା ଅଧା ରାସ୍ତାରେ ଅଟକି ରହିଛି। ସୂଚନାଯୋଗ୍ୟ, ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେଶନରେ ସେମି-ହାଇ ସ୍ପିଡ ଟ୍ରେନ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରେଳମନ୍ତ୍ରୀ ପିୟୁଷ ଗୋୟଲ ଓ ରେଲଓ୍ବେ ବୋର୍ଡର ସଦସ୍ୟ ମଧ୍ୟ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ, ଏହି ଟ୍ରେନ ଦିଲ୍ଲୀରୁ ବାରାଣସି ମଧ୍ୟରେ ଦୂରତାକୁ ୯ଘଣ୍ଟା ୪୫ ମିନିଟରେ ଅତିକ୍ରମ କରିବାର ଥିଲା।

LEAVE A REPLY

Please enter your comment!
Please enter your name here