ସିଧା ପ୍ରସାରଣରେ ୫ ବର୍ଷର ହିସାବ ଦେଲେ ମୁଖ୍ୟମନ୍ତ୍ରୀ :ବିରୋଧୀ କହିଲେ ସିଧା ନୁହେଁ ପ୍ରାୟୋଜିତ ପ୍ରସାରଣ

0
89

ଭୁବନେଶ୍ବର:ରାଜ୍ୟବାସୀଙ୍କୁ ପାଞ୍ଚବର୍ଷ ତଳେ େଦଇଥିବା ପ୍ରତିଶ୍ରୁତିର ହିସାବ ରଖିବାକୁ ଯାଇ ମୁଖ୍ୟମନ୍ତ୍ରୀ ଏକଥା ବି କହିଥିଲେ େଯ େମା ପରିବାର ପାଖରେ ମୁଁ ଯାହା କଥା େଦଇଥିଲି, ତାହା ପୂରଣ କରିଛି। ଆଗକୁ ପରିବାର ପାଖରେ ଯାହା କଥା େଦବି, ତାକୁ ପୂରଣ କରି ନୂଆ ଓଡ଼ିଶା ଗଠନ ପାଇଁ କାମ କରିଚାଲିବି। ଆପଣମାନଙ୍କ ଆଶୀର୍ବାଦ ହିଁ େମାର ଶକ୍ତି। ଏହି ଅବସରରେ କାଳିଆ େଯାଜନାର ୪ଲକ୍ଷ ୮୦ହଜାର ଅତିରିକ୍ତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଜମା କରିଥିଲେ।ସଚିବାଳୟଠାର ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ରାଜ୍ୟ ମନ୍ତ୍ରୀ ପରିଷଦର ଶେଷ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୨୦୧୪ ସାଧାରଣ ନିର୍ବାଚନରେ ଦିଆଯାଇଥିବା ପ୍ରତିଶ୍ରୁତିର ପାଳନ କେତେଦୂର କରାଯାଇ ପାରିଛି, ସେ ନେଇ ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ, ୨୧ ମେ’ ୨୦୧୪ ନିର୍ବାଚନରେ ତୃତୀୟ ଥର ପାଇଁ ଶାସନ କ୍ଷମତାକୁ ଆସିବା ପରେ ରାଜ୍ୟବାସୀଙ୍କର ସେବା କରିବା ପାଇଁ ସୁଯୋଗ ପାଇଥିଲା ବିଜେଡି। ସେହିଦିନ ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ଦଳୀୟ ନିର୍ବାଚନ ଇସ୍ତାହାରକୁ ରାଜ୍ୟ ସରକାର ଏଜେଣ୍ଡା ଭାବେ ନୀତିଗତ ଭାବେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ କେତେ ପୂରଣ କରିପାରିଛୁ ସେଥିନେଇ ମଧ୍ୟ ପ୍ରତିବର୍ଷ ଏହି ଦିନରେ ସମୀକ୍ଷା କରାଯାଉଛି। ଗ୍ରାମାଞ୍ଚଳରେ ଚାଳଘରକୁ ପକ୍କାଘରରେ ପରିଣତ କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏହି ୫ ବର୍ଷ ମଧ୍ୟରେ ୨୦ ଲକ୍ଷରୁ ଉର୍ଦ୍ଧ୍ବ ପକ୍କାଘର ଲୋକମାନଙ୍କୁ ଯୋଗାଇ ଦିଆଯାଇଛି। ୯ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା କରାଯାଇଛି। ଚଳିତ ବର୍ଷ ଶେଷ ସୁଦ୍ଧା ଅବଶିଷ୍ଟ ୧ ଲକ୍ଷ ହେକ୍ଟର ଚାଷଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଇଛି। କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତଙ୍କୁ ସାମିଲ୍‌ କରିବା ସମ୍ଭବପର ନ ହେବାରୁ ରାଜ୍ୟ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି କାର୍ଯ୍ୟକାରୀ କରିଛନ୍ତି। ଯୁବକ ମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏକ ପ୍ରତିଶତ ସୁଧରେ ଶିକ୍ଷା ଋଣ ଦିଆଯାଉଛି। ବିଶ୍ୱ ବିଦ୍ୟାଳୟ ଓ କଲେଜମାନଙ୍କରେ କ୍ୟାରିଅର କାଉନ୍‌ସେଲିଂ ସେଣ୍ଟର୍‌ ମଧ୍ୟ ଖୋଲାଯାଇଛି। ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ୧୨ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଏବଂ ଆତ୍ମନିଯୁକ୍ତି ଦିଆଯାଇଛି। ଏଥିମଧ୍ୟରୁ ୧.୧୨ ଲକ୍ଷ ସରକାରୀ ସ୍ତରରେ ନିଯୁକ୍ତି ଦିଆଯାଇଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମାଗଣାରେ ମେଡ଼ିସିନ, ପରୀକ୍ଷା ଏବଂ ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ଏହି ସୁବିଧା ସବ୍ ସେଣ୍ଟର୍‌ରୁ ଆରମ୍ଭ କରି ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ୫ ଲକ୍ଷ ହେଲ୍‌ଥ କଭରେଜ୍‌ କରାଯାଇଛି ଏବଂ ମହିଳାମାନଙ୍କ କ୍ଷେତ୍ରରେ ୭ ଲକ୍ଷ ବୀମା କଭରେଜ୍‌ କରାଯାଇଛି। ସାମାଜିକ ସୁରକ୍ଷା ଯୋଜନାରେ ୪୮ ଲକ୍ଷ ଲୋକଙ୍କୁ ସାମିଲ୍‌ କରାଯାଇଛି। ଯାହାକି ଏହି ଯୋଜନା ଦେଶର ସବୁଠାରୁ ବୃହତମ ଯୋଜନାରେ ପରିଣତ ହୋଇଛି। ଚାଷୀମାନଙ୍କୁ  ୧ ପ୍ରତିଶତ ସୁଧରେ ୨୦୧୫ ମସିହାରୁ ଋଣ ଯୋଗାଇ ଦିଆଯାଇଆସୁଅଛି। କାଳିଆ ଯୋଜନାରେ ଶୂନ ପ୍ରତିଶତ ହାରରେ ଋଣ ଦିଆଯାଉଛି। ମହିଳା ସଶକ୍ତିକରଣ ପାଇଁ ଏକ ପ୍ରତିଶତ ସୁଧରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଋଣ ଯୋଗାଇଦିଆଯାଉଥିଲା ବେଳେ ଏବେ ଶୂନ ପ୍ରତିଶତରେ ଋଣ ଦିଆଯାଉଛି। ସାମାଜିକ, ଅର୍ଥନୈତିକ ଏବଂ ରାଜନୈତିକ ଆନ୍ଦୋଳନରେ ୭୦ ଲକ୍ଷ ମହିଳାମାନଙ୍କୁ ସାମିଲ୍‌ କରାଯାଇ ପାରିଛି। ରାଜ୍ୟର ସମସ୍ତ ୩୧୪ ବ୍ଲକ୍‌ରେ ଆଦର୍ଶ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲା ବେଳେ ୧୯୦ଟି ବ୍ଲକ୍‌ରେ ଏହି ସ୍କୁଲ୍‌ କରାଯାଇଛି। ଏହି ବର୍ଷରେ ଅବଶିଷ୍ଟ ବ୍ଲକ୍‌ରେ ସ୍କୁଲ୍‌ କରାଯିବ। ଛାତ୍ରବୃତ୍ତି ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ୭୦ ହଜାର ଶିକ୍ଷାର୍ଥୀଙ୍କୁ  ଛାତ୍ରବୃତି ଦିଆଯାଉଛି। ମେକ୍ ଇନ୍ ଓଡ଼ିଶା କନକ୍ଳେଭ୍‌ କରାଯାଇ ୩୦ ଲକ୍ଷ ଯୁବକମାନଙ୍କୁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରାଯାଇଛି। ଜାଗା ମିଶନ୍‌ ମାଧ୍ୟମରେ ବସ୍ତିବାସୀଙ୍କୁ ଜମିର ଅଧିକାର ମହାନଗର ନିଗମରେ ଦିଆଯାଇଛି। କେବିକେ ଜିଲ୍ଲାର ବିକାଶ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। କୋରାପୁଟ ଏବଂ ବଲାଙ୍ଗିରରେ ମେଡ଼ିକାଲ କଲେଜ ସ୍ଥାପନ କରାଯାଇଥିଲା ବେଳେ କଳାହାଣ୍ଡି  ଜିଲ୍ଲାରେ କଳାହାଣ୍ଡି ମେଡ଼ିକାଲ କଲେଜ ନିର୍ମାଣାଧିନ ରହିଛି। ବିଜୁ ଏକ୍ସପ୍ରେସ୍‌ ୱେ ସବୁଠାରୁ ବଡ଼ ପ୍ରତିଶ୍ରୁତି ଦିଆଯାଇଥିଲା। ତାହା ଉଦ୍‌ଘାଟିତ ହୋଇଯାଇଛି। ଶିଳ୍ପ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଆମେ ପ୍ରତିଶ୍ରୁତି ରଖିଥିଲୁ। ଗତ ୫ ବର୍ଷ ମଧ୍ୟରେ ଦୁଇ ଥର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମରୁ ଅଦ୍ଭୁତପୂର୍ବ ସଫଳତା ମିଳିଛି। ଏହାଦ୍ୱାରା ୩୦ ଲକ୍ଷ ନିଯୁକ୍ତିର ସୁଯୋଗ ମଧ୍ୟ ସୃ୍ଷ୍ଟି ହୋଇପାରିଛି। ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଜନସାଧାରଣଙ୍କ ବିକାଶ ପାଇଁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଜି ହଜାର ହଜାର ହଷ୍ଟେଲ୍‌ରେ ଲକ୍ଷ ଲକ୍ଷଛାତ୍ରଛାତ୍ରୀ ଶିକ୍ଷାଲାଭ କରୁଛନ୍ତି। ଆଜି  ୭୦ହଜାର ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାର ବୃତ୍ତି ପାଉଛନ୍ତି। ଶ୍ରମିକମାନଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଏକ ମଡେଲ୍‌ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଆଶା ଅଙ୍ଗନବାଡି କର୍ମୀଙ୍କ ଠାରୁ ଆରମ୍ଭ କରି ମିସନ ଶକ୍ତିର ମାଆ, ପଞ୍ଚାୟତିରାଜ ପ୍ରତିନିଧି, ସରକାରୀ କର୍ମଚାରୀ ଓ ମନ୍ତ୍ରୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ। ମନ୍ତ୍ରୀ ପରିଷଦରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରାରମ୍ଭିକ ସୂଚନା େଦଇଥିଲେ ଓ କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା କାଳିଆ େଯାଜନାର ଅତିରିକ୍ତ ସହାୟତା ସଂପର୍କରେ ସୂଚନା ଦେଇଥିଲେ। ଉଭୟ ମନ୍ତ୍ରୀ କିନ୍ତୁ ନିଜ ମନ୍ତବ୍ୟ ରଖିବା େବଳେ ପ୍ରତି ବର୍ଷ େମ’ ୨୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କିଭଳି ପରୀକ୍ଷା େଦଉଥିଲେ ତାହା ବର୍ଣ୍ଣନା କରିବା ସହିତ ଏହା ହିଁ ସବୁଠାରୁ କଷ୍ଟ ସମୟ େବାଲି କହିଥିଲେ। େଯବେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଯାଉ ସେ ପ୍ରଶ୍ନ ପଚାରନ୍ତି ଇସ୍ତାହାର ଫଲୋ କରୁଛ କି ନାହିଁ? | ୟେ ସବୁ ପରେ ବିରୋଧୀ ଏହାକୁ ସିଧା ପ୍ରସାରଣ ନୁହେ ବିଜେଡ଼ର ଏହା  ପ୍ରାୟୋଜିତ ପ୍ରସାରଣ ବୋଲି କହିଛନ୍ତି |

LEAVE A REPLY

Please enter your comment!
Please enter your name here