ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ

0
87
ଢାକା : ଭ୍ରଷ୍ଟାଚାର ଅଭିଯୋଗରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସୋମବାର ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ପ୍ରଧାନମନ୍ତ୍ରୀ ଥିଲାବେଳେ ଖାଲିଦା ଚାରିଟେବଲ ଟ୍ରଷ୍ଟ ପାଇଁ କୋଟି କୋଟି ଟଙ୍କା ହେରଫେର କରିଥିଲେ। ଆଠ ବର୍ଷ ତଳେ ବାଂଲାଦେଶ ନ୍ୟାସନାଲଲିଷ୍ଟ୍‌ ପାର୍ଟି ଅଧ୍ୟକ୍ଷ ଖାଲିଦାଙ୍କ ବିରୋଧରେ ବାଂଲାଦେଶ ଦୁର୍ନୀତି ନିରୋଧ ସଂସ୍ଥା ପକ୍ଷରୁ କେସ୍‌ ଦାୟର କରାଯାଇଥିଲା। ୨୦୧୦ରେ ଏହି ମାମଲାର ଶୁଣାଣି କୋର୍ଟରେ ଆରମ୍ଭ ହୋଇଥିଲା। ଅସୁସ୍ଥତାର ବାହାନା ଦେଖାଇ କୋର୍ଟରେ ବାରମ୍ବାର ଅନୁପସ୍ଥିତ ରହୁଥିଲେ ଖାଲିଦା।  ନିମ୍ନ ଅଦାଲତ ତାଙ୍କୁ ଦୋଷୀ ଭାବେ ବିବେଚନା କରିବା ସହ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଥିଲେ। ଏହି ରାୟକୁ ନେଇ ସୁପ୍ରିମକୋର୍ଟରେ ଯାଇଥିଲେ ଖାଲିଦା। ନିମ୍ନ ଅଦାଲଦଙ୍କ ରାୟକୁ ସୋମବାର କାଏମ ରଖିଛନ୍ତି ସୁପ୍ରିମକୋର୍ଟ।

LEAVE A REPLY

Please enter your comment!
Please enter your name here