ପଦ୍ମ।ବତ୍ ରିଲିଜକୂ ନେଇ ବିକ୍ଷୋଭ ପ୍ରଦର୍ଶନ ଜ।ରି ,ଦର୍ଶକ କହିଲେ ଫିଲ୍ମ ଭଲ ହୋଇଛି ।

0
175

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ପଦ୍ମ।ବତ୍ ଫିଲ୍ମ ଆଜି ରିଲିଜ ହୋଇଛି । ଏହାକୁୁ ନେଇ ବିରୋଧଭ।ଷ। ଜ।ରି ରହିଥିବାର ଦେଖିବ।କୁ ମିଳିଛି । ଦେଶର ଚାରିଗୋଟି ରାଜ୍ୟକୁ ବ।ଦ୍ ଦେଇ ସାରା ଦେଶର ସିନେମା ଘରେ ରିଲିଜ୍ ହୋଇଛି ପଦ୍ମାବତ୍ । ଗୁଜୁରାତ, ବିହାର, ରାଜସ୍ଥାନର ଜୟପୁରରେ ଫିଲ୍ମ ରିଲିଜ ନହୋଇଥିବା ପରେ ମଧ୍ୟ କରଣୀ ସେନାଙ୍କ ବିକ୍ଷୋଭ ପ୍ରଦର୍ଶନ ଜ।ରି ରହିଛି ।

ଗୁଜୁରାତ ର।ଜ୍ୟର ଆଣନ୍ଦ ଜିଲ୍ଲାର ରାଜପଥରେ ଟାୟର ଜାଳି ବିରୋଧ ପ୍ରଦର୍ଶନ କରାଯାଇଛି । ଜୟପୁର ଓ ଉଦୟପୁରରେ ସୁରକ୍ଷା ବ୍ୟବସ୍ଥା ପରେ ମଧ୍ୟ ବିକ୍ଷୋଭକାରୀମାନେ ବାଇକ ରାଲି କରି ଲୋକଙ୍କୁ ଡରାଇବା ଧମକାଇବା ଦେଖା ଯାଇଛି ।

ବିହାରର ଦରଭଙ୍ଗାରେ ମଧ୍ୟ ପ୍ରଦର୍ଶନ ଜୋର ସୋରରେ ଜାରି ରହିଛି । ଗୁଜୁରାତର ଆଣନ୍ଦ ଜିଲ୍ଲାର କରମସାଦ ରୁ ବାଲାସାନ ଗାଁ ପର୍ୟ୍ୟନ୍ତ ସଡ଼କ ଉପରେ ଟାୟର ଜାଳି ବିରୋଧ କରାଯାଇଛି  । ବିଦ୍ୟାନଗର ପୁଲିସ ଯେତେବେଳେ  ଘଟଣାସ୍ଥଳରେ ପହଁଚିଥିସା ସେତେବେଳକୁ ରାଜପୁତ ସମାଜର ଏହି ତଥାକଥିତ ରକ୍ଷକ ମାନେ ଫେରାର ହୋଇଯାଇଥିଲେ ।

ଏପଟେ ଅମରେଲୀ-ରାଜୁଲା-ପିପାବାବ ରାଜମାର୍ଗରେ ମଧ୍ୟ ଗ୍ରାମିଣି ମାନେ ରାଜପୁତ ସଂଗଠନ ଗୁଡ଼ିକୁ ସମର୍ଥନ ଜଣାଇ ଟାୟର ଜାଳି ପ୍ରତିବାଦ କରିଥିଲେ । ଏହି ଘଟଣାରେ ଗୁଜୁରାତର ଅନେକ ମାର୍ଗରେ ଯାତାୟାତ ବାଧିତ ହେବା ସହିତ ରାସ୍ତାରେ ଗାଡ଼ି ମାନଙ୍କର ଲମ୍ବା ଲାଇନ ଲାଗି ରହିଛି । 

ପଶ୍ଚିମ ଅହମଦାବାଦର ଅନେକ ହଲରେ ମଧ୍ୟ ପୋଡ଼ାଜଳା କରି ବିରୋଧ ପ୍ରଦର୍ଶନ କରାଯାଇଛି । ଏହା ଛଡ଼ା ରାଜସ୍ଥାନର ରାଜଧାନୀ ଜୟପୁର, ଉଦୟପୁର, ମୁଜାଫରପୁର, ବାରଣାସୀ, ହାଇଦ୍ରାବାଦ୍ ଓ ମୁମ୍ବାଇର ଅନେକ ଜାଗାରେ ଫିଲ୍ମ ରିଲିଜକୁ ନେଇ କରଣୀ ସେନା ନାମକ ଗୁଣ୍ଡା ମାନେ ଖଣ୍ଡା ବୁଲାଇବା ସହ ପୋଡ଼ାଜଳା ଓ ଭଙ୍ଗାରୁଜା ଜରିଥିବ। ଦେଖିବ।କୁ ମିଳିଛି  ।

LEAVE A REPLY

Please enter your comment!
Please enter your name here