ସ୍ବର୍ଣ୍ଣ ମନ୍ଦିରରେ ବିସ୍ଫୋରଣ ଲାଗି ଧମକ ଦେଲା ଜୈଶ୍‌-ଇ-ମହମ୍ମଦ

0
71

ଅମୃତସର: ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର ଏବଂ ଦୁର୍ଗ୍ୟାଣା ମନ୍ଦିରରେ ବୋମା ବିସ୍ଫୋରଣ କରିବାକୁ ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ଧମକ ଦେଇଛି। ଜୈଶ୍‌ର ଏକ ଧମକପୂର୍ଣ୍ଣ ଚିଠି ଅମୃତସର ରେଲଓ୍ବେ ଷ୍ଟେଶନ ଅଧିକ୍ଷକଙ୍କୁ ମିଳିଛି। ଏହାକୁ ନେଇ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହିତ ଆବଶ୍ୟକ ସ୍ଥଳେ ସନ୍ଦିଗ୍ଧଙ୍କ ଯାଞ୍ଚ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ବର୍ଣ୍ଣ ମନ୍ଦିର ଏବଂ ଦୁର୍ଗ୍ୟାଣା ମନ୍ଦିର ଚାରିପଟେ ସାଧା ପୋଷାକରେ ସୁରକ୍ଷାବଳଙ୍କୁ ମୁତୟନ କରାଯାଇଥିବା ପୋଲିସ କମିଶନର ସୁଧାଶୁଂ ଶେଖର ଶ୍ରୀବାସ୍ତବ ସୂଚିତ କରିଛନ୍ତି। ତେବେ କେହି ଅଜଣା ବ୍ୟକ୍ତି ଏଭଳି କରି ଲୋକଙ୍କୁ ଆତଙ୍କିତ କରିବାର ଉଦ୍ୟମ କରୁଥିବା ଡିିସିପି ଅମରୀକ ସିଂ ପଓ୍ବାର କହିଛନ୍ତି। ତେଣୁ ସହରର ଜନସାଧାରଣ ଭୟଭୀତ ନ ହେବାକୁ ସେ ଅନୁରୋଧ କରିଛନ୍ତି।

LEAVE A REPLY

Please enter your comment!
Please enter your name here