ଯୁବକଙ୍କୁ ଯୁବତୀ ବେଶରେ ସଜାଇ ହତ୍ୟା !

0
154

ଯାଜପୁର :ଜଖପୁରା ରେଳ ଷ୍ଟେଶନ ନୂତନ କଲୋନୀ ବିଲ୍ଡିଂର ଏଫ୍‌-୨ କୋଠରୀରୁ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।ତାଙ୍କୁ କେହି ହତ୍ୟା କରି ଏଭଳି ଭାବେ ଟାଙ୍ଗି ଚାଲିଯାଇଥିବା ପୋଲିସ ସନ୍ଦେହ କରୁଛି। ଯୁବକଙ୍କ ପରିଚୟ ମିଳିପାରିନାହିଁ। ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପାରିପାଶ୍ୱିକ ସ୍ଥିତିକୁ ଦେଖି ନୂତନ ଭାବେ ନିର୍ମିତ ହୋଇଥିବା ଯୋଗୁ ଉକ୍ତ ବିଲ୍ଡିଂର କୋଠରୀଗୁଡ଼ିକ ବନ୍ଦ ରହୁଥିଲା। ମାତ୍ର ଶୁକ୍ରବାର ଉକ୍ତ କୋଠରୀରୁ କିଛି ପଚିସଢ଼ି ଯାଇଥିବା ପରି ଦୁର୍ଗନ୍ଧ ବାହାରୁଥିବା ଯୋଗୁ କିଛି ଲୋକେ ପୋଲିସକୁ ଖବର ଦେଇଥିଲେ। କଟକ ଜିଆର୍‌ପି ଡିଏସ୍‌ପି ଏବଂ ଯାଜପୁର ଜିଆର୍‌ପି ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କୋଠରୀକୁ ଖୋଲିଥିଲେ। ସେଠାରେ ଥିବା ଗାଧୁଆଘରେ ଯୁବକଙ୍କ ମୃତଦେହ ଝୁଲିଥିବା ଦେଖିବାକୁ ମିଳିଥିଲା। ତେବେ ଯୁବକଙ୍କ ମୃତ୍ୟୁ ୧୫ରୁ ଊର୍ଦ୍ଧ୍ୱ ଦିନ ପୂର୍ବରୁ ହୋଇଥିବା ଅନୁମାନ କରାଯାଉଛି। ଫଳରେ ମୃତଦେହଟି ପଚିସଢ଼ି ଯାଇଛି। ଉକ୍ତ ମୃତଦେହକୁ ଉଦ୍ଧାର କରାଯିବା ସମୟରେ ତାହା ଏକ ଯୁବତୀଙ୍କର ବୋଲି ଧାରଣା ହୋଇଥିଲା। କାରଣ ଉକ୍ତ ଯୁବକ ଯୁବତୀଙ୍କ ଭଳି ପୋଷାକ ପିନ୍ଧିଥିବା ବେଳେ କୃତ୍ରିମ କେଶ ଲଗାଇଥିଲେ। ମୃତଦେହକୁ ଉଦ୍ଧାର କରାଯିବା ପରେ ଦାନଗଦି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

LEAVE A REPLY

Please enter your comment!
Please enter your name here